କେନ୍ଦ୍ରାପଡ଼ା: ମାଟ୍ରିକ ପରୀକ୍ଷା ପାଇଁ ପିଲାଙ୍କୁ ନେଇ ଯାଉଥିବା ବୋଲରୋ ଓଲଟିଲା । ଫଳରେ ୧୧ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ପିଲାଙ୍କୁ ନେଇ ଯାଉଥିବା ବେଳେ ବୋଲେରୋଟି ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ଓଲଟି ପଡିଥିଲା । ଘଟଣା ସ୍ଥଳରେ ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । କେନ୍ଦ୍ରାପଡା ତାଳଚୁଆ ସାମୁଦ୍ରିକ ଥାନା ଡାଙ୍ଗମାଳ କୃଷ୍ଣନଗର ନିକଟରେ ଏହି ଦୁର୍ଘଟଣା ଘଟିଛି ।
ସୂଚନା ମୁତାବକ, ୧୧ ଜଣ ମାଟ୍ରିକ ଛାତ୍ରଛାତ୍ରଙ୍କୁ ନେଇ ବୋଲେରୋଟି ବାଘମାରୀ ନାଗାନାରାୟଣ ସ୍କୁଲକୁ ଯାଉଥିଲା । ଡାଙ୍ଗମାଳ କୃଷ୍ଣନଗର ନିକଟରେ ଏକ ସାଇକେଲ ଆରୋହୀଙ୍କ ସହ ବୋଲେରୋର ଧକ୍କା ହୋଇଥିଲା । ଫଳରେ ବୋଲେରୋଟି ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ଜଣେ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆଉ କିଛି ପିଲା ସାମାନ୍ୟ ଆହତ ହୋଇଥିବାବେଳେ ସେମାନଙ୍କୁ ହସ୍ପିଟାଲ ନିଆଯାଇଛି । ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଛି । ସାଇକେଲ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତକ ହେଲେ ସୁବ୍ରତ ମଣ୍ଡଳ । ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।