କୋଟି କୋଟି ଟଙ୍କାର ସମ୍ପତ୍ତି ଦାନ କଲେ ତିନି ଭଉଣୀ


ପୁରୀ: କୋଟି କୋଟି ଟଙ୍କାର ସମ୍ପତ୍ତି ଦାନ କଲେ ତିନି ଭଉଣୀ । ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ସୁଶୀଲ ଆଡ଼ିଆଙ୍କ ତିନି ଝିଅ ରୀନା ପାଲ, ସ୍ମିତା ଭଟାଚାର୍ଯ୍ୟ ଏବଂ ଅନିତା ଦେ ନିଜର ସମ୍ପତ୍ତିକୁ ପଞ୍ଚୁ ଦୋଳ ମେଳଣ କମିଟିକୁ ଦାନ କରିଛନ୍ତି । ନିଜର ୩୫ ଡିସିମିଲ  ସମ୍ପତ୍ତିକୁ ହସି ହସି ଏମାନେ ଦାନ କରିଛନ୍ତି ।

ସୂଚନା ଅନୁଯାୟୀ, ପଞ୍ଚୁ ଦୋଳ କମିଟି ପ୍ରାୟ ଦେଢ଼ ଶହ ବର୍ଷ ପୁରୁଣା ହୋଇଥିବା ବେଳେ ଏହି ମେଳଣ ପଡିଆ ଉକ୍ତ ତିନି ଭଉଣୀଙ୍କର ପୈତୃକ ସମ୍ପତ୍ତି ଥିଲା । ମେଳଣର ଭବିଷ୍ୟତ କାମନା କରି ତିନି ଭଉଣୀ ଏଭଳି ନିଷ୍ପତ୍ତି ନେଇଛନ୍ତି । ମେଳଣର ଭବିଷ୍ୟତ କାମନା କରି ତିନି ଭଉଣୀଙ୍କ ଏଭଳି ନିଆରା ଉଦ୍ୟମ ଓଡ଼ିଆ କଳା ସଂସ୍କୃତିକୁ ବଜାୟ ରଖିବାରେ ସହାୟକ ହେବ ବୋଲି ଆଶା କରାଯାଉଛି । ତାଙ୍କର ଏଭଳି ନିସ୍ଵାର୍ଥପର ମନୋବୃତ୍ତି ପାଇଁ ସବୁ ମହଲରେ ପ୍ରଶଂସାର ସୁଅ ଛୁଟିଛି ।