Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାକୁମ୍ଭରେ ଆଜି ଅନ୍ତିମ ଅମୃତ ସ୍ନାନ

ପ୍ରୟାଗରାଜ: ମହାକୁମ୍ଭରେ ଆଜି ଅନ୍ତିମ ଅମୃତ ସ୍ନାନ। ମହାଶିବରାତ୍ରୀ ଅବସରରେ ମହାକୁମ୍ଭରେ ବୁଡ଼ ପକାଇଲେଣି ୪୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ। ଆଜି ଶେଷ ସ୍ନାନ ଥିବାରୁ ପାଖାପାଖି ୧ରୁ ୧.୫ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇବା ସମ୍ଭାବନା ରହିଛି। ଜାନୁଆରୀ ୧୩ରୁ ଦୀର୍ଘ ୪୫ ଦିନ ହେଲା ଚାଲିଛି କୁମ୍ଭମେଳା। ତେବେ ଅମୃତ ସ୍ନାନର ଅନ୍ତିମ ଦିବସରରେ ବୁଡ଼ ପକାଇବା ପାଇଁ ପ୍ରବଳ ଭିଡ଼ ଜମିବାରେ ଲାଗିଛି। ରେକର୍ଡ ଶ୍ରଦ୍ଧାଳୁଙ୍କ ପବିତ୍ର ବୁଡ଼ ପାଇଁ ସବୁ ଦୃଷ୍ଟିରୁ ପ୍ରସ୍ତୁତି ଚୂଡ଼ାନ୍ତ କରାଯାଇଛି। ସେହିପରି କେନ୍ଦ୍ରୀୟ ସଶସ୍ତ୍ର ବଳ, ଅର୍ଦ୍ଧସାମରିକ ବାହିନୀ, ରାପିଡ୍‌ ଆକ୍ସନ୍‍ ଫୋର୍ସ ଏବଂ ରାଜ୍ୟ ପୁଲିସ ବିଭାଗ ବହୁମୁଖୀ ସୁରକ୍ଷା ଲାଗି ମୁତୟନ ହୋଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ