Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂଗ୍ରେସ ଉପରେ ବର୍ଷିଲେ ପ୍ରୀତି ଜିଣ୍ଟା…

ନୂଆଦିଲ୍ଲୀ: ପ୍ରୀତି ଜିଣ୍ଟାଙ୍କ ୧୮ କୋଟି ଟଙ୍କାର ଋଣ ଛାଡ କରାଯାଇଥିବା ବେଳେ ସେ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ଭାରତୀୟ ଜନତା ପାର୍ଟିକୁ ହସ୍ତାନ୍ତର କରିଛନ୍ତି।ଏଥିପାଇଁ ବ୍ୟାଙ୍କକୁ ବଡ଼ କ୍ଷତି ମଧ୍ଯ ହୋଇଛି। ଏଭଳି ଅଭିଯୋଗ କରିଥିଲା କଂଗ୍ରେସ। ହେଲେ ପ୍ରୀତି ଜିଣ୍ଟା କଂଗ୍ରେସର ଏହି ଦାବିଗୁଡ଼ିକୁ ମିଥ୍ୟା ବୋଲି କହିଛନ୍ତି ଏବଂ ତାଙ୍କ ଋଣର ସ୍ଥିତି ମଧ୍ୟ ସ୍ପଷ୍ଟ କରିଛନ୍ତି। ମୁଁ ଆଶ୍ଚର୍ଯ୍ୟ ଯେ କିପରି ଏକ ରାଜନୈତିକ ଦଳ କିମ୍ବା ସେମାନଙ୍କର ପ୍ରତିନିଧିମାନେ ମୋ ନାମ ଏବଂ ଫଟୋକୁ ବ୍ୟବହାର କରି ମିଥ୍ୟା ଖବର ପ୍ରଚାର କରୁଛନ୍ତି ଏବଂ ଭିତ୍ତିହୀନ ଗୁଜବ ପ୍ରଚାର କରୁଛନ୍ତି। ସେ ଦଳକୁ ଆହୁରି କହିଛନ୍ତି କି ଏହି କାର୍ଯ୍ୟ ଲାଗି ଲଜ୍ଜ୍ୟା ଆସିବା ଆବଶ୍ୟକ। ଏପରିକି ପ୍ରିତୀ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ନିଜେ ବ୍ୟବହାର କରୁଥିବା କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ