ପୁରୀ: ଜଗର ଅବସରରେ ପୁରୀ ସ୍ଥିତ ପ୍ରଭୁ ଶ୍ରୀଲୋକନାଥ ଦେବଙ୍କ ପୀଠରେ ଦେଖିବାକୁ ମିଳିଛି ଅବ୍ୟବସ୍ଥା । ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ବ୍ୟବସ୍ଥା ହୋଇଥିବା ବେଳେ ମନ୍ଦିର ପରିସରରେ ବାଇଁସର ମୁତୟନ ହୋଇଥିବା ଦେଖିବାକୁ ମିଳିଛି । ତେବେ କିଏ ଓ କାହିଁକି ଏହି ବାଉଁସର ମୁତୟନ କରିଛି ତାକୁ ନେି ପ୍ରଶ୍ନ ଉଠିବାରେ ଲାଗିଛି । ଏପରିକି ଏହି ବାଉଁସରମାନେ ଲୋକନାଥ ଦେବଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ଠେଲାପେଲା କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପକ୍ଷେ ଅଭିଯୋଗ ପରେ ପୋଲିସ ସମ୍ପୃକ୍ତ ବାଉଁସରମାନଙ୍କୁ ଡାକି ପଚରାଉଚରା କରୁଛି । ପୋଲିସ ଜାଣତରେ ଏହି ବାଉଁସରଙ୍କୁ ନିଯୁକ୍ତି ଦିଆଯାଇଛି ନାଁ କେହି ପାଳିଆ ସେବାୟତ ଏମାନଙ୍କୁ ନିଯୁକ୍ତି ଦେଇଛନ୍ତି ତାହା ଏବେ ତଦନ୍ତ ସାପେକ୍ଷ ।
ସୂଚନାଯୋଗ୍ୟ, ଲୋକନାଥ ଦେବ ଟ୍ରଷ୍ଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ବାଉଁସର୍ ନିଯୁକ୍ତି ନେଇ ଚର୍ଚ୍ଚା ଜୋର୍ ଧରିଛି । ପୋଲିସ ପ୍ରଶାସନର ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବାଉଁସର କିପରି ନିଯୁକ୍ତି ହୋଇ କାର୍ଯ୍ୟ କଲେ ତାକୁ ନେଇ ପ୍ରଶ୍ନ ଉଠିବା ସହ ପୋଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ସନ୍ଦେହ ଉପୁଜିଛି ।
ସେପଟେ ଏ ଦିଗରେ ପୁରୀ ପୋଲିସ ତଦନ୍ତ ଆରମ୍ଭ କରିଛି । ମନ୍ଦିର ଟ୍ରଷ୍ଟ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରାଯାଉଥିବା ପୁରୀ ଏସ୍ପି ଭିନିତ୍ ଅଗ୍ରୱାଲ କହିଛନ୍ତି ।