Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓ୍ବାକଫ ବିଲ ପରିବର୍ତ୍ତନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ: ୱାକଫ ବିଲରେ ହେବ ସଂଶୋଧନ । ଜେପିସି ରିପୋର୍ଟ ଅନୁଯାୟୀ ବିଲରେ କରାଯିବ ପରିବର୍ତ୍ତନ । କେନ୍ଦ୍ର କ୍ୟାବିନେଟ ଦେଲା ମଞ୍ଜୁରୀ । ୱାକଫ୍ ବିଲକୁ ନେଇ ମିଳିତ ସଂସଦୀୟ କମିଟିର ପରାମର୍ଶ କ୍ରମେ ୧୪ଟି ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଅଧ୍ୟାଦେଶ ଜରିଆରେ ଏସବୁ ସଂଶୋଧନ କରାଯିବ । ବିଲରେ ମୋଟ ଉପରେ ୬୬ ଟି ପରିବର୍ତ୍ତନ କରିବାକୁ ଜେପିସି କମିଟି ସୁପାରିଶ କରିଥିଲା । ସେଥିରୁ ବିରୋଧୀ ଦେଇଥିବା ୪୪ଟି ପ୍ରସ୍ତାବ ନାକଚ ହୋଇଯାଇଛି । ବିଜେପି ଓ ସହଯୋଗୀ ଦଳ ଦେଇଥିବା ୨୩ଟି ପ୍ରସ୍ତାବକୁ ଗ୍ରହଣ କରାଯାଇଛି । କମିଟିରେ ୧୬ଜଣ ବିଜେପି ଓ ସହଯୋଗୀ ଦଳଙ୍କ ସାଂସଦ ଥିବା ବେଳେ ୧୦ ଜଣ ବିରୋଧୀ ସାଂସଦ ଅଛନ୍ତି । ସଂଶୋଧନରେ ୱାକଫ ବୋର୍ଡରେ ଅଣମୁସଲିମଙ୍କୁ ନୋମିନେଟ କରିବାର ବ୍ୟବସ୍ଥା ରହିଛି । ଏଥିସହ ଅତି କମରେ ଦୁଇ ଜଣ ମହିଳାଙ୍କୁ ବୋର୍ଡରେ ରଖିବାକୁ ନିଷ୍ପତ୍ତି ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ