Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନେପାଳରେ ଭୂକମ୍ପ ଝଟକା ଅନୁଭୂତ

କାଠମାଣ୍ଡୁ: ନେପାଳରେ ଶୁକ୍ରବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ରହିଛି। ଦୁଇଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। କାଠମାଣ୍ଡୁ ଏବଂ ବିହାର ସୀମା ନିକଟରେ ପ୍ରାୟ ଦୁଇଥର ଭୂମିକମ୍ପ ହୋଇଥିଲା।

ଏହାର କେନ୍ଦ୍ରସ୍ଥଳ ସିନ୍ଧୁପାଲଚୌକ ଜିଲ୍ଲାର ଭୈରବକୁଣ୍ଡ ହୋଇଥିବା ବେଳେ ଶୁକ୍ରବାର ବିଳମ୍ୱିତ ରାତି ପ୍ରାୟ ୨ଟା ୫୧ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ସେହିପରି ବିହାର ପାଟନାରେ ଭୂମିକମ୍ପ ଯୋଗୁଁ କୋଠା ଏବଂ ସିଲିଂ ଫ୍ୟାନ ଥରୁଥିବାର ଭିଡିଓ ଅନଲାଇନରେ ଶେୟାର କରିଛନ୍ତି।

ତେବେ ଏଯାବତ କ୍ଷୟକ୍ଷତି ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଅପରପକ୍ଷରେ ଦେଶରେ କ୍ରମାଗତଭାବେ କିଛି ଦିନ ହେବ ଭୂକମ୍ପ ଝଟକା ଅନୁଭୂତ ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ