Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତେଲଙ୍ଗାନାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ବାଲିଗୁଡା :ତା, ୦୩/୦୩:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଭ୍ରମରବାଡ଼ି ପଞ୍ଚାୟତ ଶ୍ରାମବାଡ଼ି ଗ୍ରାମର ଚନ୍ଦ୍ରମା ମଲ୍ଲିକ(୩୨) ନାମ୍ନୀ ମହିଳାଙ୍କର ତେଲଙ୍ଗାନା ମେହେବୁବାବାଦ୍ ଜିଲ୍ଲା ୟେଲାନ୍ଦୁଠାରେ ମୃତ୍ୟୁ ଘଟିଛି। ଚନ୍ଦ୍ରମା ଗତ ୨ମାସ ହେବ ଯାଜପୁର ଜିଲ୍ଲା ମଙ୍ଗଳପୁର ନିବାସୀ ରାମଚନ୍ଦ୍ର ଦାସଙ୍କ ପୁଅ ଅନିଲ ଦାସଙ୍କୁ ପ୍ରେମ ବିବାହ କରିଥିଲେ। ସେମାନେ ଦାଦନ ଖଟିବାକୁ ଯାଇଥିଲେ। ୟେଲାନ୍ଦୁଠାରେ ରହି ଏକ ଘରୋଇ କମ୍ପାନୀରେ ଅନିଲ କାମ କରୁଥିଲେ। ଅନିଲଙ୍କ କହିବା ଅନୁଯାୟୀ ଉଭୟଙ୍କ ମଧ୍ୟରେ ସାମାନ୍ୟ ଝଗଡ଼ା ହୋଇଥିଲା। ଅନିଲ କାମରୁ ଫେରିବା ବେଳକୁ ତାଙ୍କ ସ୍ତ୍ରୀ ବେକରେ ଲୁଗା ଦେଇ ଆତ୍ମହତ୍ୟା କରିଥିଲେ। ଖବର ପାଇ ସେଠାକାର ପୁଲିସ ଶବ ଜବତ କରିବା ସହ ଅନିଲକୁ ଅଟକ ରଖିଥିବା ଜଣାପଡ଼ିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୁଲିସ କହିଛି। ଚନ୍ଦ୍ରମାଙ୍କ ପରିବାର ଲୋକେ ଜି. ଉଦୟଗିରି ବିଧାୟକ ପ୍ରତିନିଧି ପିଟର ଦିଗାଲଙ୍କୁ ସାକ୍ଷାତ କରି ପ୍ରଶାସନର ସହଯୋଗ କାମନା କରିଥିବା ବେଳେ କିପରି ମୃତଦେହ ନିଜ ଗ୍ରାମକୁ ଫେରିବ ସେ ନେଇ ପରିବାର ଲୋକେ ଚିନ୍ତିତ ଅଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ