Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଦୁନିଆର ସବୁଠୁ ପତଳା ଫୋନ୍ ‘ଟେକ୍ନୋ ସ୍ପାର୍କ ସ୍ଲିମ୍’

ନୂଆଦିଲ୍ଲୀ: ଚଳିତ ବର୍ଷ ଅନେକ କମ୍ପାନୀ ବଡ଼ ବ୍ୟାଟେରୀ ଥିବା ଫୋନ୍ ଲଞ୍ଚ କରିଛନ୍ତି। ଆଉ କିଛି କମ୍ପାନୀ ସ୍ଲିମ୍ ଫୋନ୍ ଲଞ୍ଚ କରିବାକୁ ଯାଉଛନ୍ତି। ନିକଟରେ Oppo ବିଶ୍ୱର ସବୁଠାରୁ ପତଳା ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ ଲଞ୍ଚ କରିଛି, ଯାହାର ନାମ OPPO Find N5।

ସେହିପରି ସାମସଙ୍ଗ ସବୁଠାରୁ ପତଳା ଫ୍ଲାଗସିପ୍ ଫୋନ୍ ଲଞ୍ଚ୍ କରିବା ନେଇ ଘୋଷଣା ମଧ୍ୟ କରିଛି, ଯାହାର ନାମ Samsung Galaxy S25 Edge ରହିବ।ତେବେ ଚୀନ୍ ସ୍ମାର୍ଟଫୋନ୍ କମ୍ପାନୀ ଟେକ୍ନୋ ମଧ୍ୟ ବିଶ୍ୱର ସବୁଠାରୁ ପତଳା ଫୋନ୍ ଲଞ୍ଚ କରିଛି। ଯାହାର ନାମ ଟେକ୍ନୋ ସ୍ପାର୍କ ସ୍ଲିମ୍, ପ୍ରଚଳନ କରିବାକୁ ଦାବି କରିଛି। ଏହି ସ୍ଲିମ୍‌ ଫୋନର ମୋଟେଇ ୫.୭୫ମିଲିମିଟର ବୋଲି କହିଛି କମ୍ପାନୀ। ଏହାକୁ କମ୍ପାନୀ ମୋବାଇଲ ୱାର୍ଲ୍ଡ କଂଗ୍ରେସ MWC 2025 (୩-୬ମାର୍ଚ୍ଚ) ରେ ପ୍ରଦର୍ଶିତ କରିବାକୁ ଯାଉଛି ।

ଏଥିରେ 5200 mAhର ଦମଦାର ବ୍ୟାଟେରୀ ଥିବା ବେଳେ 6.78 ଇଞ୍ଚ 3D-କର୍ଭଡ୍‌ AMOLED ଡିସପ୍ଲେ ହେବ । ଏହା ସହିତ ଏହାର 4500 ନିଟ୍ସ ବ୍ରାଇଟନେସ୍ ଅଛି । ଏହାବ୍ୟତୀତ ଫୋନରେ 50MP + 50MP ଡୁଆଲ୍ ରିୟର କ୍ୟାମେରା ଏବଂ 13MP ଫ୍ରଣ୍ଟ କ୍ୟାମେରା ରହିବ।