Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅଡୁଆରେ ସେବିର ପୂର୍ବତନ ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌

ନୂଆଦିଲ୍ଲୀ: ଅଡୁଆରେ ସେବିର ପୂର୍ବତନ ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌। ତାଙ୍କ ସହିତ ଅନ୍ୟ ୫ ଜଣଙ୍କ ବିରୋଧରେ ମଧ୍ୟ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁମ୍ବାଇର ଏକ କୋର୍ଟ। ଏପରିକି ୩୦ ଦିନ ଭିତରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି ।

ତାଙ୍କ ବିରୋଧରେ ସେୟାର ମାର୍କେଟରେ ଠକେଇ ଏବଂ ନିୟାମକ ଉଲ୍ଲଂଘନ ଅଭିଯୋଗ ରହିଛି। ସେହିପରି ୨୦୨୪ ମସିହାରେ ପ୍ରକାଶିତ ଆମେରିକୀୟ ଗବେଷଣା ସଂସ୍ଥା ହିଣ୍ଡେନବର୍ଗର ରିପୋର୍ଟରେ ଆଦାନୀ ଗ୍ରୁପ୍‌ର ବିଦେଶୀ ପାଣ୍ଠିରେ ମାଧବୀ ପୁରୀ ବୁଚ୍‌ ଓ ତାଙ୍କ ସ୍ବାମୀଙ୍କର ଅଂଶଧନ ଥିବା ନେଇ ଅଭିଯୋଗ ହୋଇଥିଲା।

ଅପରପକ୍ଷରେ ମାର୍ଚ୍ଚ ୧ ତାରିଖରେ ସେବିର ଅଧ୍ୟକ୍ଷ ପଦରୁ ମାଧବୀଙ୍କ କାର୍ଯ୍ୟକାଳ ସରିଥିଲା ବେଳେ ତାଙ୍କ ସ୍ଥାନରେ ଓଡ଼ିଶା କ୍ୟାଡର ଆଇଏଏସ ତୁହିନକାନ୍ତ ପାଣ୍ଡେ ଦାୟିତ୍ୱ ସମ୍ଭାଳିଛନ୍ତି। ଯାହାଙ୍କ କାର୍ଯ୍ୟକାଳ ୩ ବର୍ଷ ପାଇଁ ରହିବ।