ଭୁବନେଶ୍ବର: ଚମ୍ପିୟନ୍ସ ଟ୍ରଫିର ଗତକାଲି ମ୍ୟାଚରେ ଭାରତ ନ୍ୟୁଜଲାଣ୍ଡକୁ ହରାଇବା ସହ ସେମିଫାଇନାଲିଷ୍ଟ ସ୍ପଷ୍ଟ ହୋଇଯାଇଛି । ସେମିଫାଇନାଲରେ ଅଷ୍ଟ୍ରେଲିଆ ଭାରତକୁ ଭେଟିବାକୁ ଯାଉଥିବା ବେଳେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଲଢ଼େଇ ।
ଆସନ୍ତାକାଲି ମ୍ୟାଚରେ ଭାରତୀୟ ସ୍ପିନ୍ ବୋଲଙ୍କ ଯାଦୁ ଦେଖିବାକୁ ମିଳିଥିଲା । ଭାରତର ସ୍ପନ୍ ଲାଇନ୍ ଅପ୍ ଆଗରେ ଧରାଶାୟୀ ହୋଇଯାଇଥିଲା କିଓ୍ବି ଦଳ । ଲୋ ସ୍କୋରିଂ ମ୍ୟାଚରେ ଭାରତ ନ୍ୟୁଜଲାଣ୍ଡକୁ ୪୪ ରନରେ ପରାସ୍ତ କରିଛି । ଆସନ୍ତାକାଲି ସେମିଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବ ।
ଗତକାଲି ଦୁବାଇ ଖେଳାଯାଥିବ ମ୍ୟାଚରେ ଟସ୍ ଜିତି ପ୍ରଥମେ ଫିଲଡିଂ ପାଇଁ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ଭାରତର ପ୍ରଥମ ତିନି ବ୍ୟାଟର ରୋହିତ, ଶୁଭମନ୍ ଏବଂ କୋହଲିଙ୍କ ବ୍ୟାଟ୍ ଚାଲି ନଥିଲା । ରୋହିତ ୧୫, ଶୁଭମନ୍ ୨ ଓ କୋହଲି ମାତ୍ର ୧୧ ରନ୍ କରି ପ୍ୟାଭିଲନକୁ ଫେରିଯାଇଥିଲେ । ଏହାପରେ ମଙ୍ଗଳ ସମ୍ଭାଳିଥିଲେ ଶ୍ରେୟସ ଆୟର । ଶ୍ରେୟସ ୭୯ ରନ୍ କରି ଆଉଟ ହେବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ୪୫ ଓ ଅକ୍ଷର ପଟେଲ ୪୨ ରନ୍ ଦଳକୁ ଏକ ମଜଭୁତ ସ୍ଥିତିକୁ ଆଣିଥିଲେ । ଦଳ ୯ ୱିକେଟ ହରାଇ ୨୪୯ ରନ୍ କରିଥିଲେ ।
୨୫୦ ରନର ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିଲା ନ୍ୟୁଜଲାଣ୍ଡ । ଧୈର୍ଯ୍ୟର ସହ ବ୍ୟାଟିଂ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ କିନ୍ତୁ ଭାରତୀୟ ସ୍ପିନ ବୋଲିଂ ଆଗରେ ମୁଣ୍ଡ ନୁଆଁଇ ଥିଲା । ବିଶେଷ କରି ବରୁଣ ଚକ୍ରବର୍ତୀ ନିଜ ସ୍ପିନ ବୋଲିଂରେ ନ୍ୟୁଜିଲାଣ୍ଡ ଟିମକୁ ଧରାଶାୟୀ ହେବାକୁ ବାଧ୍ୟ କରି ଦେଇଥିଲେ । ବରୁଣ ୧୦ ଓଭରରେ ୪୨ ରନ୍ ଦେଇ ୫ଟି ୱିକେଟ ହାସଲ କରିଥିଲେ । କୁଲଦୀପ ଯାଦବ ୨ଟି ୱିକେଟ୍ ନେିଥିବା ବେଳେ ହାର୍ଦ୍ଦିକ, ଅକ୍ଷର ପଟେଲ ଓ ଜାଡ଼େଜା ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ ।
ନ୍ୟୁଜିଲାଣ୍ଡ ପକ୍ଷରୁ କେନ୍ ୱିଲିୟମନ୍ସ ପ୍ରଶଂସନୀୟ ୮୧ ରନର ଇନିଙ୍ଗସ୍ ଖେଳିଥିଲେ । ତେବେ କାଲି ମେସିରେ ରୋହିତ ବାହିନୀ କଙ୍ଗାରୁ ଦଳ ସହ ଲଢ଼ିବ । ଆଉ ୫ ତାରିଖରେ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ସେମଫାଇନାଲ ଖେଳାଯିବ । ଆସନ୍ତା ୯ ତାରିଖରେ ଫାଇନାଲ ମ୍ୟାଚ ହେବ ।