ତୃତୀୟ ଲିଙ୍ଗ ଯୁବକଙ୍କ ଆତ୍ମହତ୍ୟା


ବେଲଗୁଣ୍ଠା :ବେଲଗୁଣ୍ଠା କୋଳିସାହି ବାସୀନ୍ଦା କାଳିଆ ପତ୍ର (24) ଆଜି ସକାଳେ ବେଲଗୁଣ୍ଠା ଚିକେନ୍ ବଜାରରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି I ଘଟଣାଟି ଭୋର୍ ଚାରିଟା ସମୟରୁ ହୋଇଥିବା ଅନୁମାନ କରାଯାଉଛି I କାଳିଆର ଝୁଲନ୍ତା ଶବକୁ କିଛି ଲୋକ ଦେଖି ତାର ପାରିବାର ଲୋକଙ୍କୁ ଖବର ଦେଇଥିଲେ I ଘଟଣା ସଂପର୍କରେ ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ୍ ଆସି କାଳିଆର ଶବକୁ ଜବତ କରି 08/23 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବେଲଗୁଣ୍ଠା ଥାନା ଏସ୍ଆଇ ନାରାୟଣ ନାୟକ ଘଟଣାର ତଦନ୍ତ କରୁଛନ୍ତି I କାଳିଆର ଶବକୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯିବା ପରେ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି I କାଳିଆର ମାଆ ସୁଷମା ପାତ୍ର ଏନେଇ ବେଲଗୁଣ୍ଠା ଥାନାରେ ଏତାଲା ଦାୟର କରିଛନ୍ତି I ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି I ମିଳିଥିବା ତଥ୍ୟ ଅନୁସାରେ ଗତକାଲି କାଳିଆ ଏବଂ ତାର ବଡ଼ ଭାଇଙ୍କ ମଧ୍ୟରେ କୌଣସି ବିଷୟକୁ ନେଇ ଝଗଡ଼ା ହୋଇଥୁଲା I ଏହାକୁ ନେଇ କାଳିଆ ଆତ୍ମହତ୍ୟା କରିଥାଇପାରେ ବୋଲି ଅନୁମାନ କରାଯାଉଛି I ଏନେଇ ବେଲଗୁଣ୍ଠା ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି I