Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଛିପାଲି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଝାରସୁଗୁଡା ୫/୩ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଜାମଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲଛିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଧରଣୀଧର ଦଳିୟାର ଖମ୍ବ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଜାମଗାଁ ସରପଞ୍ଚ ଗୋପୀନାଥ ସାଏ ମୁଖ୍ୟ ଅତିଥି, କତରବଗା କ୍ଲଷ୍ଟର ସିଆରସିସି ନୀଳାମ୍ବର ଅର୍ଗଳ ମୁଖ୍ୟବକ୍ତା ଏବଂ ପ୍ରମେୟ ପ୍ରତିନିଧି ମହେନ୍ଦ୍ର କୁମାର ସାଏ, ଗାଁ ର ଗୌନ୍ତିଆ ମିଠାଲାଲ ସାହୁ, ଦୁଆନମୁଣ୍ଡା ୟୁପି ସ୍କୁଲର ସହକାରୀ ଶିକ୍ଷକ ପ୍ରଦୀପ ପଧାନ,ଜାମଗାଁ ୟୁପି ସ୍କୁଲର ସହକାରୀ ଶିକ୍ଷକ ହରେଶ କାଲୋ ଓ ଉସତରାମ ପଧାନ, ସୁଖାଡିହି ସ୍କୁଲର ସହକାରୀ ଶିକ୍ଷକ ପ୍ରଶାନ୍ତ ପଧାନ,ଦର୍ରିଢିପା ସ୍କୁଲର ପ୍ରଧାନ ଶିକ୍ଷକ ନିରଞ୍ଜନ ପଧାନ ଓ ସହକାରୀ ଶିକ୍ଷକ ରମାକାନ୍ତ ସେଟ, କତରବଗା ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଣୟ କୁମାର ଶ୍ରୀଚନ୍ଦନ,ସହକାରୀ ଶିକ୍ଷକ ଆକାଶ ନାମଦେଓ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ । ପ୍ରଧାନ ଶିକ୍ଷକ କ୍ଷମାସାଗର ଗର୍ଡିଆ ଅତିଥି ପରିଚୟ ପ୍ରଦାନ ଓ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ସହକାରୀ ଶିକ୍ଷକ ଦିଲ୍ଲୀପ ଧୁରୁଆ ମଞ୍ଚ ସଞ୍ଚାଳନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ । ଅନ୍ତିମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାନେ ନୃତ୍ୟ ଗୀତ ପରିବେଷଣ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ,ସଦସ୍ୟା ଏବଂ ଲଛିପାଲି ଗ୍ରାମବାସୀ ସମସ୍ତ ପ୍ରକାର ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ