Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିପିଲିମାରୁ ଘଣ୍ଟେଶ୍ୱରୀ ପୀଠକୁ ବିକଳ୍ପ ରାସ୍ତା ପ୍ରସଙ୍ଗ -ପୋଲ ନିର୍ମାଣ ପାଇଁ ମାଟି ପରୀକ୍ଷା ଆରମ୍ଭ

ଚିପିଲିମା, ସମ୍ବଲପୁର ଚିପିଲିମା (ବଗବିରା) ସ୍ଥିତ ଘଣ୍ଟେଶ୍ୱରୀ ପୀଠ ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଥିବାବେଳେ, ଦୈନନ୍ଦିନ ସହସ୍ରାଧିକ ପର୍ଯ୍ୟଟକ ବିପଦ ସଂକୁଳ ଅବସ୍ଥାରେ ଚିପିଲିମା ଶକ୍ତିକେନ୍ଦ୍ର ନିଷିଦ୍ଧାଞ୍ଚଳ ସ୍ଥିତ ଅଣଓସାରିଆ ଲୌହ ପୋଲ ଦେଇ ଯିବାଆସିବା କରୁଥିଲେ l ଏପରିକି କେତେକ ଭୟଭୀତ ହୋଇ ଫେରି ମଧ୍ୟ ଯାଉଥିଲେ l ଉକ୍ତ ଅସୁବିଧାକୁ ଦୃଷ୍ଟିରେ ରଖି ପ୍ରଥମେ ଗତ ଡ଼ିସେମ୍ବର ୧୩ ତାରିଖରେ “ଚିପିଲିମାରୁ ଘଣ୍ଟେଶ୍ୱରୀ କୁ ସ୍ଥାୟୀ ରାସ୍ତା ଦାବି”ଶୀର୍ଷକ “ନେଇ ହୀରାଞ୍ଚଳ ଖବର କାଗଜରେ ଏକ ମତାମତ ଭିତ୍ତିକ ଉପସ୍ଥାପନା ପ୍ରକାଶନ ହୋଇଥିଲା l ସେହିଦିନ ସ୍ଥାନୀୟ ସଚେତନ ନାଗରିକ ସଚେତନ ହୋଇ ଏକ ଦସ୍ତଖତ ସମ୍ମଳିତ ଦାବିପତ୍ର ନେଇ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦେରଙ୍କୁ ଭେଟି ଆଲୋଚନା କରିଥିଲେ l ଆଲୋଚନା ପରେ ଜିଲ୍ଲାପାଳ ମହୋଦୟ କଥାରଖି ଆସି ପ୍ରଥମେ ଘଣ୍ଟେଶ୍ୱରୀ ମାଁଙ୍କ ଦର୍ଶନ କରି ପରେ ପ୍ରସ୍ତାବିତ ଚିପିଲିମା ରୁ ଘଣ୍ଟେଶ୍ୱରୀ ରାସ୍ତାର ସର୍ଜମିନ ସମୀକ୍ଷା କରି ଅଞ୍ଚଳର ସଚେତନ ନାଗରିକଙ୍କ ସହ ସକାରାତ୍ମକ ଆଲୋଚନା କରିଥିଲେ l ପ୍ରସ୍ତାବିତ ରାସ୍ତାର ଡ୍ରୋନ ସୁଟିଂ କରି ଏକ ବ୍ୟୟ ଅଟକଳ ପାଇଁ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ଆରଏଣ୍ଡବି ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ l ପରେ ପରେ ଡ୍ରୋନ ସୁଟିଂ ହୋଇଥିଲା l ଏବେ ଦୁଇତିନିଦିନ ହେବ ମହାନଦୀ ଉପରେ ପୋଲ ନିର୍ମାଣକୁ ନେଇ ଏକ ମୂର୍ତ୍ତିକା ପରୀକ୍ଷଣ ଦଳ ଆସି ମୂର୍ତ୍ତିକା ପରୀକ୍ଷା କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି l ଏହାକୁ ନେଇ ଅଞ୍ଚଳବାସୀ ତଥା ପର୍ଯ୍ୟଟକ ମାନଙ୍କ ମନରେ ଏକ ନୁଆଁ ଆଶା ସଞ୍ଚରିତ ହୋଇଛି l ପ୍ରକାଶ ଥାଉକି ପ୍ରସ୍ତାବିତ ପୋଲ ତଥା ସ୍ଥାୟୀ ରାସ୍ତାଟି ଚିପିଲିମା ରୁ ଘଣ୍ଟେଶ୍ୱରୀକୁ ସଂଯୋଗ ହେଲେ ବରଗଡ, ସୋନପୁର,ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ନୂଆପଡା ଆଦି ଜିଲ୍ଲା ତଥା ଛତିଶଗଡ ରାଜ୍ୟରୁ ଆସୁଥିବା ଶ୍ରଦ୍ଧାଳୁ ସମଲେଶ୍ଵରୀ ପୀଠ , ହୀରାକୁଦ,ବକ୍ର ମନ୍ଦିର ହୁମା ଆଦି ଅଞ୍ଚଳକୁ ଅତି ସହଜରେ ଯୋଗାଯୋଗ ହୋଇପାରିବ ବୋଲି ସଚେତନ ମହଲରେ ମତ ପ୍ରକାଶ ପାଇଥିବାବେଳେ, ଏନେଇ ଅଞ୍ଚବାସୀଙ୍କ ମନରେ ନୁଆଁ ଆଶା ସଞ୍ଚରିତ ହୋଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ