Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଙ୍ଗାର ମଇଳା ପାଣିକୁ କେବେବି ଛୁଇଁବି ନାହିଁ: ରାଜ ଠାକରେ

ମୁମ୍ବାଇ: ମହାକୁମ୍ଭକୁ ନେଇ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ଏମଏନଏସର ୧୯ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ ଠାକରେ କହିଛନ୍ତି, “ଲୋକମାନଙ୍କୁ ଅନ୍ଧବିଶ୍ୱାସରୁ ବାହାରି ଆସିବା ଉଚିତ।” ମୁଁ ଗଙ୍ଗାର ମଇଳା ପାଣିକୁ କେବେବି ଛୁଇଁବି ନାହିଁ ଯେଉଁଠି କୋଟି କୋଟି ଲୋକ ସ୍ନାନ କରିଛନ୍ତି।

ଯାହାକୁ ନେଇ ମହାରାଷ୍ଟ୍ରର ରାଜନୀତି ଏବେ ଉଷ୍ମ ହୋଇପଡିଛି। ଯଦିଓ ରାଜ ଠାକରେଙ୍କ ବୟାନକୁ ନେଇ ମହାରାଷ୍ଟ୍ରର କୌଣସି ବଡ଼ବଡ଼ ନେତାଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ଆସିନାହିଁ। କୁମ୍ଭମେଳାରେ ଅମୃତ ସ୍ନାନ କରିଥିବା ଲୋକଙ୍କୁ ରାଜ ଠାକରେ ପରିହାସ କରି କହିଛନ୍ତି ଯେ କୋଟି କୋଟି ଲୋକ ଯେଉଁ ଗଙ୍ଗାର ମଇଳା ଜଳରେ ସ୍ନାନ କରିଛନ୍ତି, ମୁଁ ସେହି ମଇଳା ଜଳକୁ କେବେବି ଛୁଇଁବି ନାହିଁ।

ସେ ଆହୁରି ମଧ୍ଯ କହିଛନ୍ତି ଯେ ବାଲା ନନ୍ଦଗାଓଁକର ସେଠାରୁ ପାଣି ଆଣିଥିଲେ କିନ୍ତୁ ମୁଁ ପିଇବି ନାହିଁ ବୋଲିକହିଥିଲି।”

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ