Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆହୁରି ବଢିବ ତାତି, ୩ରୁ ୫ ଡିଗ୍ରୀ ବଢିପାରେ

ଭୁବନେଶ୍ୱର: ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୩ରୁ ୫ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଏହାସହ କିଛି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଟପିବା ସମ୍ଭାବନା ରହିଛି।

ସେହିପରି ରାତି ତାପମାତ୍ରା ମଧ୍ୟ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି କୁହାଯାଉଛି। ପ୍ରଚଣ୍ଡ ରୌଦ୍ର ତାପ ନେଇ ଆଭ୍ୟନ୍ତରୀଣ ଓଡ଼ିଶାର ୬ ଜିଲ୍ଲାର ଜିଲାପାଳଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଜିଲ୍ଲା ଗୁଡିକ ମଧ୍ୟରେ ରହିଛି- ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର।

ତେବେ ସେପଟେ ଗତ ୨୪ ଘଂଟାରେ ରାଜ୍ୟରେ ସର୍ବାଧିକ ତାପମାତ୍ରା ବୌଦ୍ଧ ୩୮.୦୦ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସର୍ବନିମ୍ନ ୧୩.୦୦ ଫୁଲବାଣୀରେ ରେକର୍ଡ ହୋଇଛି।