Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାକିସ୍ତାନରେ ଟ୍ରେନ ହାଇଜାକ ଘଟଣା; ୧୬ ଆତଙ୍କବାଦୀ ନିହତ

କରାଚି: ପାକିସ୍ତାନରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ଘଟିଛି। ବାଲୁଚ୍ ଉଗ୍ରବାଦୀ ସଂଗଠନ ବାଲୁଚ୍ ଲିବରେସନ୍ ଆର୍ମି କ୍ୱେଟାରୁ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସକୁ ଅପହରଣ କରିନେଇଥିଲା।

ଆତଙ୍କବାଦୀମାନେ ଯାତ୍ରୀମାନଙ୍କୁ ବନ୍ଧକ କରିବା ପରେ ପାକିସ୍ତାନୀ ସୁରକ୍ଷା ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏପର୍ଯ୍ୟନ୍ତ ୧୦୪ ଜଣ ବନ୍ଧକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିବା ବେଳେ ୧୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। କିନ୍ତୁ ୨୩ ଜଣ ଏବେ ବି ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ସୁରକ୍ଷା ବାହିନୀର ଅପରେସନ ଜାରି ରହିଛି।

ସୂଚନା ଅନୁଯାୟୀ, ଯେତେବେଳେ ଜାଫର ଏକ୍ସପ୍ରେସ୍ କ୍ୱେଟାରୁ ପେଶାୱାର ଯାଉଥିଲା, ସେହି ସମୟରେ ବେଲୁଚିସ୍ତାନର କଚ୍ଚି (ବୋଲାନ) ଜିଲ୍ଲାର ପିରୋକାନାରୀ ଅଞ୍ଚଳରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ପ୍ରଥମେ ରେଳ ଟ୍ରାକରେ ଏକ ବିସ୍ଫୋରଣ ହୋଇଥିଲା। ଯାହା ପରେ ଆତଙ୍କବାଦୀମାନେ ଟ୍ରେନ୍ ଉପରେ ଗୁଳିଚାଳନା କରିବା ସହ ଯାତ୍ରୀଙ୍କୁ ମଧ୍ଯ ବନ୍ଧକ ବନାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ