Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସ୍ତ୍ରବିରତି ପାଇଁ ରାଜି ହେଲା ୟୁକ୍ରେନ

କିଭ୍: ହଜାର ହଜାର ଦିନ ଧରି ଯୁଦ୍ଧରେ ଜଳୁଥିବା ୟୁକ୍ରେନ୍ ମଙ୍ଗଳବାର ବିଳମ୍ବିତ ରାତିରେ ଆମେରିକାର ୩୦ ଦିନିଆ ଅସ୍ତ୍ରବିରତି ପ୍ରସ୍ତାବକୁ ସମର୍ଥନ କରିଛି। ପ୍ରତିବଦଳରେ ଆମେରିକା ୟୁକ୍ରେନକୁ ସାମରିକ ସହାୟତା ଏବଂ ଗୁପ୍ତଚର ସୂଚନା ପ୍ରଦାନ ଉପରେ କଟକଣା ଉଠାଇବ। ଏକ ମିଳିତ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଏବେ ଆମେ ରୁଷ ସହ କଥା ହେବୁ। ଆମେ ଆଶା କରୁଛୁ ଯେ ପୁଟିନ ସହମତି ଦେବେ। ତିନି ବର୍ଷ ଧରି ଯୁଦ୍ଧ ସମୟରେ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଇଛି। ଏବେ ଆମେ ଯୁଦ୍ଧର ଅନ୍ତ ଚାହୁଁଛୁ। “ୟୁକ୍ରେନ ତୁରନ୍ତ, ମଧ୍ୟବର୍ତ୍ତୀକାଳୀନ ୩୦ ଦିନିଆ ଅସ୍ତ୍ରବିରତି କାର୍ଯ୍ୟକାରୀ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି। ଯାହାକୁ ଆଗାମୀ ଦିନରେ ଦୁଇ ପକ୍ଷର ପାରସ୍ପରିକ ସହମତିରେ ବୃଦ୍ଧି କରାଯାଇପାରିବ ବୋଲି ଏକ ବିବୃତ୍ତିରେ କୁହାଯାଇଛି।

ତେବେ ଏହି ଆଲୋଚନା ପୂର୍ବରୁ ୟୁକ୍ରେନ ମସ୍କୋରେ ୩୦୦ରୁ ଅଧିକ ଡ୍ରୋନ ମାଡ଼ କରିଥିଲା, ଯାହାକୁ ତିନି ବର୍ଷର ସଂଘର୍ଷରେ ରୁଷ ରାଜଧାନୀ ଉପରେ ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ