Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁରଙ୍କ ଚେତାବନୀ: ମୋତେ ମାରିଥିଲେ ଜୟ ନାରାୟଣଙ୍କ ଦାନ୍ତ ଭାଙ୍ଗି ଦେଇଥାନ୍ତି

ଭୁବନେଶ୍ବର: ବିଧାନସଭାରେ କଂଗ୍ରେସ ଓ ବିଜେପି ବିଧାୟକ ହାତାହାତି ଘଟଣାରେ ସୁର ରାଉତରୟଙ୍କ ବିସ୍ଫୋରକ ବୟାନ । କହିଲେ, ମୋ ସହ ଏମିତି ଘଟଣା ଘଟିଥିଲେ, ମୁଁ ଜୟନାରାୟଣଙ୍କ ଦାନ୍ତ ଭାଙ୍ଗି ଦେଇଥାନ୍ତି ।

ସୁର କହିଛନ୍ତି, ହାତହାତି ଘଟଣା ପରେ ବାଚସ୍ପତିଙ୍କୁ ନିଷ୍ପତ୍ତି ବିଧାୟକଙ୍କ ପ୍ରତି ଘୋର ଅନ୍ୟାୟ । ଆମେ ଏହାକୁ ନିନ୍ଦା କରୁଛୁ । ମୋ ସାଙ୍ଗରେ ଏଭଳି ଘଟଣା ଘଟିଥିଲେ ମୁଁ ଜୟ ନାରାୟଣ ମିଶ୍ରଙ୍କ ଆଗ ଦାନ୍ତ ଭାଙ୍ଗି ପକେଟରେ ପୁରେଇ ଦେଇଥାନ୍ତି ।  

ସେ ଆହୁରି କହିଛନ୍ତି, ମାଡ ମାରିଲେ ଜୟ ନାରାୟଣ ମିଶ୍ର । ହେଲେ ସସପେଣ୍ଡ ହେଲେ ତାରା ବାହିନୀପତି । ଏହା କି ପ୍ରକାର ନ୍ୟାୟ । ବାଚସ୍ପତିଙ୍କ ନିଷ୍ପତ୍ତିକୁ ଆମେ ନିନ୍ଦା କରୁଛୁ । ଏହାର ଜବାବ କଂଗ୍ରେସ ଦେବ । ଜୟ ନାରାୟଣ ଯୁଆଡେ ଯିବେ ତାଙ୍କୁ ବିରୋଧ କରାଯିବ ।

ସେ କହିଛନ୍ତି, ତମର ଯଦି ମନ୍ତ୍ରୀ ହେବାର ଅଛି ତେବେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କର । ଏଭଳି ଅଗଣତାନ୍ତ୍ରିକ କାର୍ଯ୍ୟ କାହିଁକି କରୁଛ । ସରକାରୀ ପାୱାର ବଳରେ ବିଧାୟକ ଏଭଳି କାଣ୍ଡ କରୁଛନ୍ତି । ବିଜେପିର ପତନ ଆସିଗଲାଣି । ଜନତା ଦେଖିବେ ଅଳ୍ପ ଦିନ ଭିତରେ ସରକାରରୁ ବିଦାୟ ନେବ ବିଜେପି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ