Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ସଂସଦ ଅଧିବେଶନ ବନ୍ଦ

ନୂଆଦିଲ୍ଲୀ: ମାର୍ଚ୍ଚ ୧୩ରେ ଲୋକସଭା ଏବଂ ରାଜ୍ୟସଭାର କୌଣସି ଅଧିବେଶନ ହେବ ନାହିଁ। ଉଭୟ ଗୃହରେ ପୂର୍ବରୁ ୧୪ ମାର୍ଚ୍ଚକୁ ହୋଲି ପାଇଁ ଛୁଟି ଘୋଷଣା କରାଯାଇଥିଲା।

ରାଜ୍ୟସଭା ସଚିବାଳୟ ଦ୍ୱାରା ଜାରି ବୁଲେଟିନ୍ ଅନୁଯାୟୀ, ଏନେଇ କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି ଏବଂ ଗୃହରେ ଘୋଷଣା କରାଯାଇଛି। ମାର୍ଚ୍ଚ ୧୩ ରେ ହେବାକୁ ଥିବା ରାଜ୍ୟସଭା ବୈଠକକୁ ବାତିଲ କରାଯାଇଛି। ସେହି ଦିନ ଗୃହର କୌଣସି ବୈଠକ ହେବ ନାହିଁ।

ସେହିପରି ଲୋକସଭାର କାର୍ଯ୍ୟ ପରାମର୍ଶଦାତା କମିଟି ମଧ୍ୟ ମାର୍ଚ୍ଚ ୧୩ ତାରିଖରେ ହେବାକୁ ଥିବା ଗୃହ ବୈଠକକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲା। ଅପରପକ୍ଷରେ ମାର୍ଚ୍ଚ ୧୭ରେ ଉଭୟ ଗୃହର ଅଧିବେଶନ ପୁନର୍ବାର ଆରମ୍ଭ ହେବ ବୋଲି ରାଜ୍ୟସଭା ସଚିବାଳୟ ପକ୍ଷରୁ ଜାରି ସୂଚନାରେ ଉଲ୍ଲେଖ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ