Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତାର୍ପୋଲିନରେ ଘୋଡେଇ ହେବ ସମ୍ଭଲର ୧୦ ମସଜିଦ

ଲକ୍ଷ୍ନୌ: ତାର୍ପୋଲିନରେ ଘୋଡେଇ ହେବ ସମ୍ଭଲର ୧୦ ମସଜିଦ। ଏହି ବର୍ଷ ପବିତ୍ର ରମଜାନ ମାସର ଶୁକ୍ରବାରରେ ହୋଲି ପଡୁଛି। ଏହିଦିନ ନମାଜପାଠ କରିବାକୁ ମୁସଲମାନ ମାନେ ମସଜିଦକୁ ଯିବାକୁ ଥିବା ବେଳେ ହୋଲି ପାଇଁ ମଧ୍ଯ ବିରାଟ ଶୋଭାଯାତ୍ରା ବାହାରିବ।

ସୂଚନା ଅନୁଯାୟୀ, ସମ୍ଭଲ ସହରରେ ଥିବା ୧୦ଟି ମସଜିଦକୁ ତାର୍ପୋଲିନ ଏବଂ ପ୍ଲାଷ୍ଟିକ ଚାଦରରେ ଢଙ୍କା ଯିବ। ଦୁଇ ସଂପ୍ରଦାୟ ମଧ୍ୟରେ ଆପୋଷ ବୁଝାମଣା ପରେ ମସଜିଦକୁ ତାର୍ପୋଲିନରେ ଢାଙ୍କିବା ନିଷ୍ପତ୍ତି ନିଆଯାଇଛି। ଏହି ପଦକ୍ଷେପ ଦ୍ୱାରା ଉଭୟ ଗୋଷ୍ଠୀ ଶାନ୍ତି ଶୃଙ୍ଖଳାର ସହ ନିଜନିଜ ପର୍ବ ପାଳନ କରିପାରିବେ ବୋଲି ପୋଲିସ ସୂଚନା ପ୍ରଦାନ କରିଛି।

ତେବେ ଏହା ଦ୍ୱାରା କୌଣସି ପ୍ରକାରର ଅଘଟଣକୁ ଟାଳି ଦିଆଯାଇ ପାରିବ ଓ ଲୋକେ ମସଜିଦ ଉପରକୁ ରଙ୍ଗ ନ ପକାଇବେ। ସେହିପରି ହୋଲି ପର୍ବ ପାଳନ ଅବସରରେ ଉତ୍ତର ପ୍ରଦେଶର ସମ୍ଭଲ ସହରରେ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କାରଣ ଗତବର୍ଷ ନଭେମ୍ବରରେ ସମ୍ଭଲସ୍ଥିତ ଜାମା ମସଜିଦରେ ସର୍ଭେ କାର୍ଯ୍ୟକୁ ନେଇ ସାଂପ୍ରଦାୟିକ ହିଂସାର ସୂତ୍ରପାତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ