Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିର୍ଗୁଣପଡା ୟୁଜି ଏମଇ ବିଦ୍ୟାଳୟର ବାର୍ଷିକ ଉତ୍ସବ

ସମ୍ବଲପୁର: ଧନକାଉଡା ବ୍ଲକ ଅନ୍ତର୍ଗତ ମହାନଗର ୱାର୍ଡ ନମ୍ବର ୧୯ ନିର୍ଗୁଣପଡା ୟୁଜି ଏମଇ ସରକାରୀ ବିଦ୍ୟାଳୟର ବାର୍ଷିକ ଉତ୍ସବ ଗୁରୁବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଗୋଷ୍ଠି ଅଧିକାରିଣୀ ଶ୍ରୀମତୀ ଶେବଶ୍ରୀ ଭୋଇ ଉପସ୍ଥିତ ହୋଇ ମା ସମଲେଶ୍ୱରୀଙ୍କ ଠାରେ ଦୀପ ପ୍ରଜ୍ଜଳନ ପୂଜାର୍ଚ୍ଚନା କରିବା ପରେ ସ୍ଵାଗତ ସଙ୍ଗୀତ କରାଗଲା !ଏହାପରେ ବାର୍ଷିକ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା ! ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଆଶାପଲି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରେଶ୍ୱର କର, ସମାଜସେବୀ ଶେଷଦେବ ଗୁରୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅପିନ ଓରାମ, ଦେବାଶିଷ ଭୋଇ, ରୂପେନ ଡୁମଡୁମ,ଶତ୍ରୁଘ୍ନ ସେଠ ଓ ଦୁଲାଲ ଚନ୍ଦ୍ର ରାୟ ଉପସ୍ଥିତ ରହି ତାଙ୍କର ବହୁମୂଲ୍ୟ ଅଭିଭାଷଣ ପ୍ରଦାନ କରିଥିଲେ। ସଭାକାର୍ଯ୍ୟ ପୂର୍ବରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବବୃବାହନ ଭୋଇ ବାର୍ଷିକ ବିବରଣୀ ପଠନ କରି ସଭାରେ ଅଧ୍ୟକ୍ଷତା କରିଥିଲେ !ଏହି ଅବସରରେ କୃତି ଛାତ୍ର ଛାତ୍ରୀଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରିଣୀଙ୍କ ଦ୍ଵାରା ମାନପତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ପରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସମ୍ବଲପୁରୀ ନାଚ ଗୀତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷୟତ୍ରୀ ସିତାରାଣୀ ବେହେରା ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁଲଚନା ମିଶ୍ର, ମମତା ସାହୁ, ତନ୍ମୟା ମାଝୀ, ବିଷ୍ଣୁପ୍ରିୟ ରଥ, କାମିନୀ ମୁଣ୍ଡା, ଅବନ୍ତି ଓରାମ ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ