Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି ପ୍ରେମରେ ପଡିଲେ ଆମିର ଖାନ, ସ୍ପଷ୍ଟ କଲେ ପ୍ରେମିକାଙ୍କ ନାମ

ମୁମ୍ବାଇ: ଅଭିନେତା ଆମିର ଖାନ ଆଜି ତାଙ୍କର ୬୦ତମ ଜନ୍ମଦିନ ପାଳନ କରିବେ। ତାଙ୍କ ଜନ୍ମଦିନ ପୂର୍ବରୁ ସେ ତାଙ୍କ ପ୍ରଶଂସକମାନଙ୍କୁ ଏକ ବଡ଼ ସରପ୍ରାଇଜ୍ ଦେଇଛନ୍ତି। ଜନ୍ମଦିନ ପୂର୍ବରୁ ଆମିର ଖାନ ତାଙ୍କ ପ୍ରେମିକାଙ୍କ ନାମ ଗୌରୀ ବୋଲି ସ୍ପଷ୍ଟ କରିଛନ୍ତି।

ଆମିର ଖାନ ଦୁଇଥର ବିବାହ କରିଛନ୍ତି। ପ୍ରଥମ ବିବାହ ରୀନା ଦତ୍ତଙ୍କ ସହିତ ହୋଇଥିଲା। କିନ୍ତୁ, ଉଭୟଙ୍କର ଛାଡପତ୍ର ହେବା ପରେ କିରଣ ରାଓଙ୍କୁ ବିବାହ କରିଥିଲେ। ସେମାନଙ୍କର ମଧ୍ୟ ଛାଡପତ୍ର ହୋଇଛି। ଏହା ପରେ ଆମିର ଖାନଙ୍କ ନାମ ଫାତିମା ସାନା ଶେଖଙ୍କ ସହ ଯୋଡା ଯାଇଥିଲା। କିନ୍ତୁ ଗତ ଗୁରୁବାର ଆମିର ଖାନ ତାଙ୍କ ବ୍ୟକ୍ତିଗତ ଜୀବନର ଖୁଲାସା କରିଛନ୍ତି।

ଆମିର ଖାନଙ୍କ ଜୀବନ ପୁଣି ଥରେ ପ୍ରେମର ରଙ୍ଗରେ ପରିପୂର୍ଣ୍ଣ ହୋଇପଡିଛି। ତେବେ ଦୁହେଁ ପରସ୍ପରକୁ ଗତ ୨୫ ବର୍ଷ ଧରି ଜାଣିଛନ୍ତି। ତଥାପି, ଉଭୟଙ୍କ ଡେଟିଂ ଜୀବନ ବିଗତ ୧ ବର୍ଷରୁ ଆରମ୍ଭ ହୋଇଛି। ସେ ଗଣମାଧ୍ୟମକୁ ଗୌରୀଙ୍କ ସହ ପରିଚିତ କରାଇଥିଲେ। ଗୌରୀ ଆମିର ଖାନଙ୍କ ପ୍ରଯୋଜନା କମ୍ପାନୀ ସହିତ ଜଡିତ ଥିବା ବେଳେ ସେ ବାଙ୍ଗାଲୋରର ବୋଲି ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ