Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାରସୁଗୁଡା ଉପନିର୍ବାଚନ; ଆଜି ପ୍ରଚାରର ଅନ୍ତିମ ଦିନ

ଝାରସୁଗୁଡ଼ା : ପାଖେଇ ଆସୁଛି ନିର୍ବାଚନ। ଝାରସୁଗୁଡ଼ା ଉପନିର୍ବାଚନକୁ ଆଉ ମାତ୍ର ଦୁଇ ଦିନ ବାକି। ସେଥିପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରଚାର। ଆଜି ପ୍ରଚାରର ଶେଷ ଦିନ। ଆସନ୍ତା ୧୦ରେ ପଡିବ ଭୋଟ। ସେଥିପାଇଁ ସବୁ ରାଜନୈତିକ ଦଳ ପକ୍ଷରୁ ଜାରି ରହିଛି କସରତ। ଜନତାଙ୍କ ପର୍ଯ୍ୟାପ୍ତ ଭୋଟ୍‌ ପାଇଁ ଲାଗି ପଡ଼ିଛନ୍ତି ସବୁ ଦଳ।

ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ଦିପାଳୀ ଦାସଙ୍କ ଲାଗି ପ୍ରଚାର ମୈଦାନକୁ ଓହ୍ଲେଇଥିଲେ। ସେପଟେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଲାଗି ମଧ୍ୟ ପ୍ରଚାର କରିଥିଲେ ଧର୍ମେନ୍ଦ୍ର ପ୍ରଧାନ। ଆଜି ପ୍ରଚାରର ଶେଷ ଦିନ ହୋଇଥିବାରୁ ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ରୋଡ ଶୋ, ଜନସଭା ସହ ଘର ଘର ବୁଲି ସମର୍ଥନ ମାଗିବେ ବିଜେଡି ନେତା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ