Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଠାଣି ସୁଟରେ କ୍ୟୁଟ୍ ଲାଗୁଛନ୍ତି ସିଦ୍ଧୁ ମୁସେୱାଲାଙ୍କ ସାନ ଭାଇ

ଚଣ୍ଡିଗଡ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ ନିଜର ଚମତ୍କାର ଗୀତ ମାଧ୍ୟମରେ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ତାଙ୍କ ଗୀତ ପ୍ରତି ଲୋକଙ୍କ ମଧ୍ୟରେ ଏବେ ବି କ୍ରେଜ୍ ଦେଖିବାକୁ ମିଳୁଛି।

ଏହା ମଧ୍ୟରେ ସମସ୍ତଙ୍କ ନଜର ଏବେ ତାଙ୍କ ସାନ ଭାଇ ଶୁଭଦୀପ ସିଂହଙ୍କ ଉପରେ। ସମସ୍ତେ ତାଙ୍କର କ୍ୟୁଟନେସ ପ୍ରେମରେ ପଡ଼ିଯାଇଛନ୍ତି।ଏବେ ହୋଲି ଅବସରରେ ଶୁଭଦୀପଙ୍କ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ସେ ପଠାଣି କୁର୍ତ୍ତାରେ ବହୁତ ସୁନ୍ଦର ଦେଖାଯାଉଥିଲେ। ମୁହଁରେ ଅବୀର ସାଙ୍ଗକୁ ଦେଶୀ ଅବତାର ସହିତ ସେ ଲୋକଙ୍କ ହୃଦୟ ଜିତିଥିଲେ।

ସିଦ୍ଧୁଙ୍କ ଭଣଜା ସାହିବ ପ୍ରତାପ ସିଂହ ସିଦ୍ଧୁ ଶୁଭଦୀପଙ୍କ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯାହା ଦେଖାଯିବା ମାତ୍ରେ ଭାଇରାଲ ହୋଇଯାଇଥିଲା। ଶୁଭଦୀପଙ୍କୁ ଧଳା ପଠାଣି ସୁଟ୍‌ରେ ଦେଖିବା ପରେ ପ୍ରଶଂସକମାନେ ସିଦ୍ଧୁଙ୍କ କଥା ମନେ ପକାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ