Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୃଥିବୀକୁ ଫେରିବେ ସୁନିତା ୱିଲିୟମ୍ସ ଓ ସାଥି

ୱାଶିଂଟନ: ଆମେରିକାର ମହାକାଶ ସଂସ୍ଥା ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କ ପୃଥିବୀକୁ ଫେରିବା ନେଇ ସ୍ପଷ୍ଟ କରିଛି। ଗତ ନଅ ମାସ ଧରି ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ରେ ଫସି ରହିଥିବା ଉଭୟ ମହାକାଶଚାରୀ ଆମେରିକାର ଫ୍ଲୋରିଡାର ବେଳାଭୂମିରେ ଅବତରଣ କରିବେ।

ବୁଚ୍ ୱିଲମୋର ଏବଂ ସୁନିତା ୱିଲିୟମ୍ସଙ୍କୁ ସ୍ପେସଏକ୍ସ କ୍ରୁ ଡ୍ରାଗନ୍ କ୍ରାଫ୍ଟରେ ଫେରାଇ ଅଣାଯିବ। ସେମାନଙ୍କୁ ନେବା ପାଇଁ ଡ୍ରାଗନ୍ କ୍ରାଫ୍ଟ ISS ରେ ପହଞ୍ଚିଛି। ନାସା ପକ୍ଷରୁ କୁହାଯାଇଛି ଯେ ମହାକାଶଚାରୀମାନଙ୍କୁ ନେଇ ଏହି ଯାନ ଭାରତୀୟ ସମୟ ଅନୁସାରେ ବୁଧବାର, ମାର୍ଚ୍ଚ ୧୯ରେ ଫ୍ଲୋରିଡା ଉପକୂଳରେ ପହଞ୍ଚିବ।ବୁଚ୍ ୱିଲମୋର ଏବଂ ସୁନିତା ୱିଲିୟମ୍ସ ଗତ ବର୍ଷ ଜୁନ୍ ମାସରେ ଏକ ମିଶନରେ ମହାକାଶକୁ ଯାଇଥିଲେ। ସେମାନଙ୍କର ଷ୍ଟାରଲାଇନର ମହାକାଶଯାନଟି ଖରାପ ହୋଇଯାଇଥିଲା। ଫଳରେ ଦୁହେଁ ନଅ ମାସରୁ ଅଧିକ ସମୟ ପାଇଁ ISS ରେ ଫସି ରହିଥିଲେ। ଏବେ ସେମାନଙ୍କୁ ଫେରାଇ ଆଣିବା ପାଇଁ SpaceX Dragon ବ୍ୟବହାର କରାଯାଉଛି।

ଦୁଇ ମହାକାଶଚାରୀ ମଙ୍ଗଳବାର ସନ୍ଧ୍ୟାରେ ଅନ୍ୟ ଦୁଇ ଯାତ୍ରୀଙ୍କ ସହ ପୃଥିବୀକୁ ଫେରିବେ। ନାସାର ମହାକାଶଚାରୀ ନିକ୍ ହେଗ୍ ଏବଂ ରୋସକସମୋସ୍ ମହାକାଶଚାରୀ ଆଲେକଜାଣ୍ଡାର ଗୋର୍ବୁନୋଭ ମଧ୍ୟ ଡ୍ରାଗନ୍ କ୍ୟାପସୁଲରେ ଫେରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ