Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଟିନ ଖୁବଶୀଘ୍ର ମରିଯିବେ; ତାପରେ ଯୁଦ୍ଧ ସମାପ୍ତ: ଜେଲେନସ୍କି

କିଭ୍: ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଦାବି କରିଛନ୍ତି ଯେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୀଘ୍ର ମୃତ୍ୟୁବରଣ କରିବେ ଏବଂ ଏହା ଦୁଇ ଦେଶ ମଧ୍ୟରେ ଯୁଦ୍ଧର ଅନ୍ତ କରିବ।
ଋଷ ରାଷ୍ଟ୍ରପତି ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚାଲିଥିବା ଅଟକଳ ମଧ୍ୟରେ ପ୍ୟାରିସରେ ଏକ ସାକ୍ଷାତକାର ସମୟରେ ଜେଲେନସ୍କି ଏଭଳି କହିଛନ୍ତି।

ବୁଧବାର ଦିନ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ସାକ୍ଷାତ ପରେ ଗଣମାଧ୍ୟମକୁ ସୂଚନା ଦେଇ ଜେଲେନସ୍କି କହିଥିଲେ, ପୁଟିନ ଖୁବ୍ ଶୀଘ୍ର ମୃତ୍ୟୁବରଣ କରିବେ ଏବଂ ଏହା ସତ। ତା’ପରେ ଏହି ଯୁଦ୍ଧ ମଧ୍ୟ ଶେଷ ହୋଇଯିବ। ସେ ଆହୁରି ମଧ୍ଯ କହିଥିଲେ, ‘ଋଷ ଚାହୁଁଛି ଯେ ଏହି ଯୁଦ୍ଧ ଜାରି ରହୁ।’ ସେ ଏହାକୁ ଟାଣି ଟାଣି ନେଉଛନ୍ତି। ଯୁଦ୍ଧ ପ୍ରକୃତରେ ସମାପ୍ତ କରିବା ପାଇଁ ଆମକୁ ଋଷ ଉପରେ ଚାପ ପକାଇବାକୁ ପଡିବ।

ଗତ କିଛି ମାସ ଧରି ରାଷ୍ଟ୍ରପତି ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ କଳ୍ପନାଜଳ୍ପନା ଏବଂ ଗୁଜବ ଜାରି ରହିଛି। ଋଷୀୟ ନେତାଙ୍କ ଲଗାତାର କାଶିବା ଏବଂ ତାଙ୍କ ହାତ ଓ ଗୋଡ ଥରିବାର ଭିଡିଓ ପ୍ରକାଶ ପାଇବା ପରେ ଏହି ଗୁଜବଗୁଡ଼ିକ ଅଧିକ ଜୋର ଧରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ