କାଲି ମତଦାନ; ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି, ଏଥର ମତଦାନ କେନ୍ଦ୍ରରେ ମିଳିବ ଦହି, ଲସି


ଝାରସୁଗୁଡା: ଆସନ୍ତାକାଲି ଝାରସୁଗୁଡା ଉପନିର୍ବାଚନ । ନିର୍ବାଚନ ଲାଗି ଗତକାଲି ଥିଲା ପ୍ରଚାରର ଶେଷ ଦିନ। ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ନିର୍ବାଚନୀ ପ୍ରସ୍ତୁତି। ଭୋଟ ଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସେପଟେ ନିର୍ବାଚନରେ ଯେପରି କୌଣସି ବିଭ୍ରାଟ ନ ଘଟୁ ସେଥିଲାଗି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୋଟ ୨୫୩ ଟି ବୁଥରେ ହେବ ମତଦାନ। ଝାରସୁଗୁଡା ଉପନିର୍ବାଚନରେ ପ୍ରଥମ କରି ସବୁ ବୁଥରେ ହେବ ଓ୍ବେବକାଷ୍ଟିଂ ।

ଏଥିରୁ ୨୬ଟି ପିଙ୍କ ବୁଥ କରାଯାଇଥିବା ବେଳେ ୪୦ଟି ମଡେଲ ବୁଥ କରାଯାଇଛି । ପିଙ୍କ ବୁଥ୍ ଗୁଡିକୁ କେବଳ ମହିଳା ମାନେ ପରିଚାଳନା କରିବେ । ସେହିଭଳି ମଡେଲ ବୁଥରେ ବୟସ୍କ, ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମତଦାନ କେନ୍ଦ୍ରରେ ଜରୁରୀ ସାମଗ୍ରୀ ଉପଲବ୍‌ଧ ରହିବ। ଭୋଟରଙ୍କ ଲାଗି ଥଣ୍ଡା ପାନୀୟ ବ୍ୟବସ୍ଥା, ଦହି, ଲସି ଏବଂ ଲେମ୍ବୁପାଣିର ବ୍ୟବସ୍ଥା ମଧ୍ୟ କରାଯାଇଛି ।