Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଦେଶୀ ଫିଲ୍ମର କପି ‘ଲାପତା ଲେଡିଜ୍’; ଟ୍ରୋଲ୍ ହେଲେ କିରଣ ରାଓ

ମୁମ୍ବାଇ: କିରଣ ରାଓଙ୍କ ନିର୍ଦ୍ଦେଶିତ ଫିଲ୍ମ “ଲାପତା ଲେଡିଜ୍”କୁ ୨୦୨୪ ମସିହାର ସର୍ବୋତ୍ତମ ଫିଲ୍ମ ମଧ୍ୟରେ ଗଣନା କରାଯାଇଥିଲା। ନିତାଂଶୀ ଗୋୟଲ, ପ୍ରତିଭା ରାନ୍ତା, ସ୍ପର୍ଶ ଶ୍ରୀବାସ୍ତବ ଏବଂ ରବି କିଶନଙ୍କ ଏହି ସିନେମା ଯିଏ ଦେଖିଛି ସେ ଏହାର ପ୍ରଶଂସକ ପାଲଟିଯାଇଥିଲେ। ଏହାକୁ ଭାରତ ପକ୍ଷରୁ ୯୭ତମ ଓସ୍କାର ଆୱାର୍ଡ ପାଇଁ ମଧ୍ୟ ପଠାଯାଇଥିଲା। ଏହି ଚଳଚ୍ଚିତ୍ର ପାଇଁ କିରଣଙ୍କୁ ବହୁତ ପ୍ରଶଂସା ମଧ୍ଯ ମିଳିଥିଲା।

ତେବେ ଇଣ୍ଟରନେଟରେ ଦାବି କରାଯାଉଛି ଯେ “ଲାପତା ଲେଡିଜ୍” ମୂଳ ସିନେମା ନୁହେଁ। କିରଣ ରାଓ ୨୦୧୯ରେ ରିଲିଜ ହୋଇଥିବା ଏକ ଆରବୀୟ ଚଳଚ୍ଚିତ୍ର ‘ବୁର୍କା ସିଟି’ରୁ ଏହାର ବିଷୟବସ୍ତୁ ଚୋରି କରି ଏହି ଚଳଚ୍ଚିତ୍ରଟି ନିର୍ମାଣ କରିଛନ୍ତି। ଉଭୟ ଫିଲ୍ମର ସମାନ ଦୃଶ୍ୟର କୋଲାଜ୍ ସୋସିଆଲ ମିଡିଆରେ ମଧ୍ଯ ଭାଇରାଲ ହେଉଛି। ଏହାପରେ କିରଣଙ୍କୁ ଖୁବ୍ ଟ୍ରୋଲ କରୁଛନ୍ତି ୟୁଜର୍ସ। ଯାହା ଦର୍ଶାଉଛି ଯେ ଉଭୟ ଫିଲ୍ମର ବିଷୟବସ୍ତୁ ସମାନ।

ଯେଉଁଠାରେ ବିବାହ ପରେ ବର ଜଣକ ତାଙ୍କ କନ୍ୟା ଖୋଜିବାକୁ ବାହାରି ପଡ଼ିଛନ୍ତି। ବୁର୍ଖା ଯୋଗୁଁ ତାଙ୍କ ସ୍ତ୍ରୀଙ୍କ ସ୍ଥାନରେ ଅନ୍ୟ ଜଣେ ମହିଳା ବଦଳିଯାଆନ୍ତି। ଆରବିକ ଚଳଚ୍ଚିତ୍ରରେ ନବବଧୂ ବୁର୍ଖା ପିନ୍ଧିଥିବା ବେଳେ କିରଣ ରାଓ ତାଙ୍କ ଫିଲ୍ମରେ ବଧୂକୁ ଓଢ଼ଣା ପିନ୍ଧାଇଛନ୍ତି। ଆଉ ଓଢ଼ଣା ଯୋଗୁଁ ନବବଧୂ ବଦଳି ଯାଆନ୍ତି।