Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଡାହାଣ୍ଡି ଡୋକାରିଚଞ୍ଚରା ରେ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି:୦୩/୦୪
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାହାଜଖୋଲ ଜଙ୍ଗଲ ରେ ଅବସ୍ଥିତ ଓଡିଶା ର ନୈସର୍ଗିକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପର୍ଯ୍ୟଟନ ସ୍ଥଳୀ ଗୁଡାହାଣ୍ଡି ଡୋକାରିଚଞ୍ଚରା ରେ ରହିଥିବା ମଧୁ ମାଧବ ତୀର୍ଥକ୍ଷେତ୍ର ରେ ଆସନ୍ତା ୫ ତାରିଖ ରୁ ଶ୍ରୀ ରାମ ନବମୀ ମହୋତ୍ସବ ଆୟୋଜନ ହେବା ପୂର୍ବରୁ ବୁଧବାର କୋକସରା ବ୍ଲକ ର ଯୁବ କ୍ରିୟାନୁଷ୍ଠାନ କମିଟି ଶିଉନି, ନେହେରୁ ଯୁବକ ସଙ୍ଘ ବଙ୍ଗୋମୁଣ୍ଡା, ତ୍ରିଶକ୍ତି ଯୁବ ଅନୁଷ୍ଠାନ ଟେମରା, ୟଙ୍ଗ ଷ୍ଟାର କାଉଡୋଳା, ମା ମାଉଳି ଯୁବ ଅନୁଷ୍ଠାନ କୁମୁଡା ମୁଣ୍ଡା ଓ ୟୁଥ କ୍ଲବ ବୋବାରିଆ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଶତାଧିକ ସ୍ବେଚ୍ଛାସେବୀ ଯୁବକ ମାନେ ପର୍ଯ୍ୟଟନ ସ୍ଥଳୀ ର ବିଭିନ୍ନ ସ୍ଥାନରେ ରହିଥିବା ମଇଳା ଆବର୍ଜନା ସଫା ସୁତୁରା କରି ପର୍ଯ୍ୟଟନ ସ୍ଥଳୀ କୁ ଆବର୍ଜନା ମୁକ୍ତ ଓ ସ୍ୱଚ୍ଛ ପରିବେଶ କରି ରଖିବାକୁ ଶପଥ ନେବାସହ ଏହାକୁ ଆସୁଥିବା ପର୍ଯ୍ୟଟକ ଙ୍କୁ ସଚେତନ ବାର୍ତ୍ତା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ଦିଶାରୀ, ଖଗେଶ୍ୱର ନାଏକ, ତୁଳସିରାମ ପୁଝାରି, ପୁରୁଷୋତ୍ତମ ଦାସ, ଅନୀଲ ନାଏକ, ଅମିତ ମାଝୀ, ସୌରଭ ସରାବୁ, କୁନା ମାଝୀ ଙ୍କ ନେତୃତ୍ୱରେ ସ୍ୱଚ୍ଛ ଅଭିଯାନ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା। ସ୍ବେଚ୍ଛାକୃତ ଭାବେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁଡିକ ର ଏହି ପ୍ରୟାସ କୁ ସାଧାରଣ ରେ ପ୍ରସଂଶା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ