Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୋକସଭା ପରେ ରାଜ୍ୟସଭାରେ ୱାକଫ୍ ବିଲ୍ ପାରିତ

ନୂଆଦିଲ୍ଲୀ: ଲୋକସଭାରେ ଗୃହୀତ ହେବା ପରେ ୱାକଫ୍ (ସଂଶୋଧନ) ବିଲ୍, ୨୦୨୫ ଗୁରୁବାର ରାଜ୍ୟସଭାରେ ଉପସ୍ଥାପିତ ହୋଇଥିଲା। ଯେଉଁଠାରେ ପ୍ରାୟ ୧୨ ଘଣ୍ଟାର ବିତର୍କ ପରେ ଏହାକୁ ଅନୁମୋଦନ କରାଯାଇଥିଲା। ରାଜ୍ୟସଭାରେ ଏହି ବିଲ୍ ସପକ୍ଷରେ ୧୨୮ଟି ଭୋଟ ପଡ଼ିଥିବା ବେଳେ ୯୫ ଜଣ ସାଂସଦ ଏହାକୁ ବିରୋଧ କରିଥିଲେ।

ପୂର୍ବରୁ ଏହି ବିଲ୍‌କୁ ଲୋକସଭାରେ ୨୮୮ ଜଣ ସାଂସଦଙ୍କ ସମର୍ଥନ ମିଳିଥିଲା। ଯେତେବେଳେ କି ୨୩୨ ଜଣ ଏହା ବିରୁଦ୍ଧରେ ଭୋଟ ଦେଇଥିଲେ। ବର୍ତ୍ତମାନ ଏହି ବିଲ୍ ସଂସଦର ଉଭୟ ଗୃହରେ ଗୃହୀତ ହୋଇସାରିଛି। ତେବେ ଏହା ଆଇନରେ ପରିଣତ ହେବା ପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦନ ବାକି ରହିଛି। ଯାହା ପରେ ଏହା ଆନୁଷ୍ଠାନିକ ଭାବରେ କାର୍ଯ୍ୟକାରୀ ହେବ।ୱାକଫ ସମ୍ପତ୍ତିର ପ୍ରଶାସନ ଏବଂ ପରିଚାଳନାରେ ଉନ୍ନତି ଆଣିବା ଲକ୍ଷ୍ୟରେ ମୋଦି ସରକାର ଏହି ବିଲ୍ ଆଣିଛନ୍ତି, କିନ୍ତୁ ଏହାକୁ ନେଇ ସଂସଦରେ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ପ୍ରବଳ ଟକ୍କର ଦେଖିବାକୁ ମିଳିଥିଲା।

ବିରୋଧୀ ଦଳଗୁଡ଼ିକ ଏହାକୁ ସଂଖ୍ୟାଲଘୁଙ୍କ ଅଧିକାର ବିରୋଧୀ ବୋଲି ବର୍ଣ୍ଣନା କରିଥିବା ବେଳେ ସରକାର ଏହାକୁ ସ୍ୱଚ୍ଛତା ଏବଂ ସୁଶାସନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ ଏହାକୁ ଅସାମ୍ବିଧାନିକ ବୋଲି କହିଥିଲେ । ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ବିଲରେ ଅନେକ ତ୍ରୁଟି ରହିଛି । ମୁସଲିମ୍ ସମ୍ପ୍ରଦାୟକୁ ହଇରାଣ କରିବା ପାଇଁ ସରକାର ଏହି ବିଲ୍ ଆଣିଛନ୍ତି ସେହିପରି ରାଜ୍ୟସଭାରେ ଆଲୋଚନା ସମୟରେ ଡିଏମକେ ସାଂସଦ ତିରୁଚି ଶିବ ମଧ୍ୟ ଏଥିରେ ସଂଶୋଧନ ଦାବି କରି ଡିଭିଜନ ପାଇଁ ଆବେଦନ କରିଥିଲେ କିନ୍ତୁ ସରକାର ନିଜ ପକ୍ଷ ରଖି ବିଲକୁ ପାରିତ କରାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ