Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଲଟିଲା ଯାତ୍ରା ପାର୍ଟି ଟ୍ରକ୍, ୬ ଜଣ ଗୁରୁତର

ଓଲଟିଲା ଯାତ୍ରାପାର୍ଟି ଟ୍ରକ୍ । ଯାତ୍ରା ରୟାଲ ପିଙ୍କ୍ ଯାତ୍ରା ପାର୍ଟି ଗାଡି ଓଲଟି ପଡିଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ମଠକରଗୋଳା ଗାଁ ନିକଟରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ୬ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।

ଗୁରୁତର ମାନେ ବାଲେଶ୍ବର ଜିଲ୍ଲାର ଜମ୍ବେଶ୍ଵର ଦେହୁରୀ, ବାବୁଲି ମହାନ୍ତ, ବୈଜେନ୍ଦ୍ର ପ୍ରଧାନ, ପବିତ୍ର ସେଣ୍ଢ, ଧଗା ଦେହୁରୀ, ପଣ୍ଡା ଚାରୁଆଲ। ଯାତ୍ରା ପାର୍ଟି ଗାଡିଟି ଅନୁଗୁଳ ଜିଲ୍ଲା ଖମାର ଅଞ୍ଚଳରୁ ଯାତ୍ରା ସାରି ଢେଙ୍କାନାଳ ଷଡ଼ଙ୍ଗୀ ଅଞ୍ଚଳକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଗାଡିରେ ଡ୍ରାଇଭର ସମେତ ୮ ଜଣ ଥିଲେ । ଗାଡିର ଡାଲା ଉପରେ ୬ ଜଣ ବସିଥିବା ବେଳେ ଗାଡି ଭିତରେ ଡ୍ରାଇଭର ଓ ଅନ୍ୟ ଜଣେ ବସିଥିଲେ ।

ଡାଲାରେ ବସିଥିବା କର୍ମଚାରୀ ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ମଠକରଗୋଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।