Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କମୁଛି ସୁନାଦର; ଜଣନ୍ତୁ ଆଜିର ଦର କେତେ

ସୋମବାର ଦିନ ରାଜଧାନୀ ଦିଲ୍ଲୀରେ ସୁନାର ମୂଲ୍ୟରେ ହ୍ରାସ ପରିଲକ୍ଷିତ ହୋଇଛି। ସୋମବାର ସୁନାମୁଲ୍ୟରେ ୧,୫୫୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୯୧,୪୫୦ ଟଙ୍କାରେ ପହଞ୍ଚିଛି। ଅଲ୍ ଇଣ୍ଡିଆ ସରାଫା ଆସୋସିଏସନ୍, ଜୁଏଲରୀ ଏବଂ ଷ୍ଟକିଷ୍ଟମାନଙ୍କ ଦ୍ୱାରା ବିପୁଳ ପରିମାଣରେ ବିକ୍ରି ଏବଂ ବିଶ୍ୱ ବଜାରରେ ଦୁର୍ବଳ ପ୍ରଦର୍ଶନ ଯୋଗୁଁ ଏହି ହ୍ରାସ ଘଟିଛି ବୋଲି କହିଛି।

ଶୁକ୍ରବାର ଦିନ ୯୯.୯ ପ୍ରତିଶତ ଶୁଦ୍ଧତା ବିଶିଷ୍ଟ ସୁନାର ମୂଲ୍ୟ ୯୩,୦୦୦ ଟଙ୍କା ରହିଥିଲା। ୯୯.୫ ପ୍ରତିଶତ ଶୁଦ୍ଧତା ବିଶିଷ୍ଟ ସୁନାର ମୂଲ୍ୟ ମଧ୍ୟ ୧,୫୫୦ ଟଙ୍କା ହ୍ରାସ ପାଇ ୯୧,୦୦୦ ଟଙ୍କାରେ ପହଞ୍ଚିଛି। ତେବେ ପୂର୍ବଥର ବଜାର ବନ୍ଦ ସମୟରେ ସୁନାଦର ୯୨,୫୫୦ ଟଙ୍କା ରହିଥିଲା।