ମା’ ତାରିଣୀଙ୍କୁ ୫୦ ଲକ୍ଷ ଟଙ୍କାର ସୁନା ମୁକୁଟ ଦାନ କଲେ ଭକ୍ତ


କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ତାରିଣୀଙ୍କୁ ଜଣେ ଭକ୍ତ ୫୦ ଲକ୍ଷ ଟଙ୍କାର ସୁନା ମୁକୁଟ ଦାନ କରିଛନ୍ତି । ମା’ଙ୍କ ଆଖିପତା, ନାକ ନୁଥ, ଟିକିଲି ସହିତ ମୁକୁଟ ଦାନ କରିଛନ୍ତି । ସୁନା ମୁକୁଟର ଓଜନ ୪୪୫ଗ୍ରାମ ୪୭୦ ମିଲିଗ୍ରାମ ଏବଂ ଅନ୍ୟାନ୍ୟ ଦୈନଦିନ ବ୍ୟବହୃତ ଅଳଙ୍କାର ୨୫ ଗ୍ରାମ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ଦାନ କରିଥିବା ଭକ୍ତ ଜଣଙ୍କ ହେଲେ ସୁନ୍ଦରଗଡ ଜିଲ୍ଲାର ବଜରଙ୍ଗ ଅଗ୍ରୱାଲ । ମାଙ୍କ ନିକଟରେ ମାନସିକ ରଖିଥିଲେ, ତାଙ୍କର ମନୋସ୍କାମନା ପୁରଣ ହେବାରୁ ସେ ମାଙ୍କୁ ପାଖାପାଖି ୫୦ ଲକ୍ଷ ଟଙ୍କାର ସୁନା ଦାନ କରିଥିବା ଜଣାପଡ଼ିଛି । ତେବେ କୁହାଯାଏ ଦାନ ଧର୍ମ କଲେ ପୂଣ୍ୟ ମିଳିବା ସଙ୍ଗେ ସଙ୍ଗେ ପରିବାରରେ ସୁଖ ଶାନ୍ତି ସମୃଦ୍ଧି ଆଣିଥାଏ ।