ରିଚାର୍ଜ ପ୍ଲାନ୍ ମହଙ୍ଗା ହେବା ପରଠାରୁ ମନ୍ଥଲି କିମ୍ବା ଅନ୍ୟାନ୍ୟ ପ୍ଲାନର ଡିମାଣ୍ଡ ହ୍ରାସ ପାଇଛି । ୟୁଜର୍ସମାନେ ଏବେ ଲଙ୍ଗ ଭାଲିଡିଟି ଥିବା ପ୍ଲାନ୍ ପ୍ରତି ଅଧିକ ଆଗ୍ରହୀ ଅଛନ୍ତି । Jio ଏବଂ Airtel ଦେଶରେ ନମ୍ବର ୧ ଏବଂ ନମ୍ବର ୨ ଟେଲିକମ୍ କମ୍ପାନୀ । ଉଭୟ କମ୍ପାନୀ ସେମାନଙ୍କ ପୋର୍ଟଫୋଲିଓରେ ଅନେକ ଲଙ୍ଗ ଭାଲିଡିଟି ପ୍ଲାନ୍ ଆଡ୍ କରୁଛନ୍ତି । ତେବେ ଆସନ୍ତୁ ଜାଣିବା Jio ଏବଂ Airtel ର ସବୁଠାରୁ କମ୍ ଖର୍ଚ୍ଚର ୯୦ ଦିନିଆ ପ୍ଲାନ୍ ବିଷୟରେ ।
Jio ର ୯୦ ଦିନିଆ ପ୍ଲାନ୍ :
ସାରା ଦେଶରେ ବର୍ତ୍ତମାନ ରିଲିଆନ୍ସ Jio ର ୪୬ କୋଟିରୁ ଅଧିକ ୟୁଜର୍ସ ଅଛନ୍ତି । କମ୍ପାନୀ ତାର ୟୁଜର୍ସମାନଙ୍କ ପାଇଁ ଅନେକ ପ୍ଲାନ ଆରମ୍ଭ କରିଛି । ଯଦି ଆପଣ Jio ସିମ୍ ବ୍ୟବହାର କରୁଛନ୍ତି ଏବଂ ବାରମ୍ବାର ମନ୍ଥଲି ପ୍ଲାନ୍ ନେବାକୁ ଚାହୁଁନାହାଁନ୍ତି, ତେବେ ଏବେ କମ୍ପାନୀ ୯୦ ଦିନିଆ ପ୍ଲାନ୍ ଦେଇ ଆସିଛି । Jio ୮୯୯ ଟଙ୍କାର ରିଚାର୍ଜ ପ୍ଲାନରେ ୟୁଜର୍ସମାନଙ୍କୁ ୯୦ ଦିନର ଭାଲିଡିଟି ଦେଉଛି । ଏଥିରେ ୟୁଜର୍ସ ୯୦ ଦିନ ପାଇଁ ସମସ୍ତ ନେଟୱାର୍କରେ ଅନଲିମିଟେଡ୍ କଲିଂ କରିପାରିବେ ।
ଫ୍ରି କଲିଂ ସହିତ, ଏହି ରିଚାର୍ଜ ପ୍ଲାନରେ ପ୍ରତିଦିନ ୧୦୦ ଟି ଫ୍ରି SMS ମଧ୍ୟ ପ୍ରଦାନ କରାଯାଉଛି । ଏହାର ଡାଟା ଲାଭ ବିଷୟରେ କହିବାକୁ ଗଲେ, ଏହା ପ୍ରତିଦିନ ୨GB ହାଇ ସ୍ପିଡ୍ ଡାଟା ପ୍ରଦାନ କରେ । ଅର୍ଥାତ୍ ଆପଣ ୯୦ ଦିନରେ ୧୮୦ GB ଡାଟା ବ୍ୟବହାର କରିପାରିବେ । ବିଶେଷ କଥା ହେଉଛି ଯେ Jio ତା’ର ୟୁଜର୍ସମାନଙ୍କୁ ୨୦GB ଏକ୍ସଟ୍ରା ଡାଟା ମଧ୍ୟ ଦେଉଛି । ଏକ୍ସଟ୍ରା ସୁବିଧା ଭାବରେ, କମ୍ପାନୀ ୯୦ ଦିନ ପାଇଁ Jio Hotstar ଫ୍ରି ସବସ୍କ୍ରିପସନ୍ ପ୍ରଦାନ କରୁଛି । ଏହା ସହିତ ଆପଣ Jio TV ର ଆକ୍ସେସ୍ ମଧ୍ୟ ପାଇବେ ।
Airtel ର ୯୦ ଦିନିଆ ପ୍ଲାନ୍ :
ଯଦି ଆପଣ Airtel ସିମ୍ ବ୍ୟବହାର କରୁଛନ୍ତି, ତେବେ ଆନପଣଙ୍କୁ ୯୨୯ ଟଙ୍କାର ପ୍ଲାନ୍ କିଣିବାକୁ ପଡିବ । Airtel ର ଏହି ରିଚାର୍ଜ ପ୍ଲାନରେ, କମ୍ପାନୀ ୯୦ ଦିନ ପାଇଁ ସମସ୍ତ ନେଟୱାର୍କରେ ଅନଲିମିଟେଡ୍ କଲିଂ ପ୍ରଦାନ କରୁଛି । ଏହା ସହିତ ଆପଣ ପ୍ରତିଦିନ ୧୦୦ ଟି ଫ୍ରି SMS ମଧ୍ୟ ବ୍ୟବହାର କରିପାରିବେ । ଏଥିରେ ଉପଲବ୍ଧ ଡାଟା ବେନିଫିଟ୍ସ ବିଷୟରେ କହିବାକୁ ଗଲେ, Airtel ୯୦ ଦିନ ପାଇଁ ୧୩୫GB ଡାଟା ପ୍ରଦାନ କରୁଛି । ଆପଣ ପ୍ରତିଦିନ ୧.୫GB ପର୍ଯ୍ୟନ୍ତ ହାଇ-ସ୍ପିଡ୍ ଇଣ୍ଟରନେଟ୍ ଡାଟା ବ୍ୟବହାର କରିପାରିବେ ।