Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୃକ୍ଷମାଳା ଅଭିଯାନ ପାଇଁ ପ୍ରସ୍ତୁତି ବୈଠକ

ବେଲଗୁଣ୍ଠା: ସମଗ୍ର ଦେଶରେ ନଦୀତଟରେ ମୃତ୍ତିକା କ୍ଷୟ ରୋକିବା ପାଇଁ ସରକାର ବୃକ୍ଷମାଳା ଏବଂ ନଦୀତଟ ସଂରକ୍ଷଣ ଭଳି ପଦକ୍ଷେପ ହାତକୁ ନେଇଥିବା ବେଳେ ଏନେଇ ଏକ ବ୍ଳକ୍ ସ୍ତରୀୟ ପ୍ରସ୍ତୁତି ବୈଠକ ଆଜି ବେଲଗୁଣ୍ଠା ବ୍ଳକ୍ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ତହସିଲଦାର ମନୋଜ ପ୍ରଭାକର କୁଜୁର୍,ସହକାରୀ ନିର୍ବାହୀଯନ୍ତ୍ରୀ ତୁଷାର କୁମାର ସାମଲ୍, ଏବିଡ଼ିଓ ପୂର୍ଣ୍ଣଚନ୍ଦ୍ର ପାଢୀ,ସିଡିପିଓ ଗାୟତ୍ରୀ ମିଶ୍ର ପ୍ରମୁଖ ମଞ୍ଚାସୀନ ରହି ଆସନ୍ତା ମଇ ପନ୍ଦର ତାରିଖରେ ସମସ୍ତ ପଂଚାୟତରେ ସ୍ଵତନ୍ତ୍ର ପଲ୍ଲିସଭା ମାଧ୍ୟମରେ ପଞ୍ଚାୟତ ଗୁଡ଼ିକରେ ଥିବା ନଦୀ, ନାଳ ଏବଂ ପୋଖରୀ ହିଡ଼ରେ ବୃକ୍ଷ ରୋପଣ କରାଯିବା ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆବଶ୍ୟକ ଚାରା ରୋପଣ କରାଯାଇ ସମଗ୍ର ବେଲଗୁଣ୍ଠା ବ୍ଳକ୍ କୁ ସବୁଜ ସୁନ୍ଦର କରାଯାଇ ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରାଯିବା ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା, ମୃତ୍ତିକା ସଂରକ୍ଷଣ ବିଭାଗ ଓଭରସିୟର୍ ମନୋଜ କୁମାର ପାଣିଗ୍ରାହୀ,କେନ୍ଦ୍ରୀୟ ଏନ୍ଆରଜିଏ ଆସିଷ୍ଟାଣ୍ଟ ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇ କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନର ମୃତ୍ତିକା ପରୀକ୍ଷା କରାଯାଇ ମୃତ୍ତିକାର ମାନ ଅନୁସାରେ ନଡିଆ, କାଜୁ, ଆମ୍ବ ଆଦି ବିଭିନ୍ନ କିସମର ବୃକ୍ଷ ରୋପଣ କରାଯିବ ବୋଲି ମୃତ୍ତିକା ସଂରକ୍ଷଣ ବିଭାଗ ଓଭରସିୟର୍ ମନୋଜ କୁମାର ପାଣିଗ୍ରାହୀ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବେଣୀପଲ୍ଲୀ ସରପଞ୍ଚ ଦୂର୍ଗା ମାଧବ ନାୟକ,ଗୋବରା ସମିତିସଭ୍ୟ ବିଭୂପାଦ ଜେନା, କ୍ଷତ୍ରିୟବରପୁର ସମିତିସଭ୍ୟ କୁଞ୍ଜବିହାରୀ ନାୟକ, ବଡ଼ପଡ଼ା ସମିତିସଭ୍ୟ ପୀତବାସ ସାହୁ, ତନରଡା ସମିତିସଭ୍ୟ ଅଯୋଧ୍ୟା ନାଥ୍ ବେହେରା, ଉଢୁରା ସମିତିସଭ୍ୟ ସୁଧାଂଶୁ ଶେଖର ପୋଲାଇ,ବଙ୍କା ସରପଞ୍ଚ ପ୍ରତିନିଧି, ସମିତିସଭ୍ୟ ପ୍ରଫୁଲ୍ଲ ଗୌଡ଼, ନେଟେଙ୍ଗା ସରପଞ୍ଚ ପ୍ରତିନିଧି ଦେବେନ୍ଦ୍ର ଗୌଡ଼,ତନରଡ଼ା ସରପଞ୍ଚ ପ୍ରତିନିଧି ଅନିଲ ପାଠୀଙ୍କ ସମେତ ବହୁ ସରପଞ୍ଚ,ସମିତିସଭ୍ୟ,ଜିଆରଏସ୍ ଏବଂ ପଂଚାୟତ ନିର୍ବାହୀ ଅଧିକାରୀ,କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ