Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଝାରସୁଗୁଡ଼ା ଉପନିର୍ବାଚନ; ଚାଲିଛି ମତଦାନ

ଝାରସୁଗୁଡ଼ା: ଆଜି ଝାରସୁଗୁଡ଼ା ଉପନିର୍ବାଚନ। ଚାଲିଛି ମତଦାନ । ନବ ଦାସଙ୍କ ପରେ କିଏ ତାଙ୍କ ଆସନ ଗ୍ରହଣ କରିବ ସେ ନେଇ ଚାଲିଛି କଳପନାଜଳ୍ପନା। ନିଜ ନେତା ବାଛିବାକୁ ଆଗେଇ ଆସିଛନ୍ତି ଝାରସୁଗୁଡାବାସୀ। ତିନି ପ୍ରମୁଖ ବିଜେଡି, ବିଜେପି, କଂଗ୍ରେସ ସହ ମୋଟ୍ ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର ମତଦାନ କରିବେ । ଏଥିପାଇଁ ସାରା ଜିଲ୍ଲାରେ ହୋଇଛି ବ୍ୟାପକ ବ୍ୟବସ୍ଥା । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି।

ଆଜି ସକାଳ ୭ଟାରୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ରରେ ଭୋଟ ଦେବାପାଇଁ ଲାଗିଛି ଲମ୍ବ ଲାଇନ୍‌। ମୋଟ୍ ୨୫୩ ବୁଥରେ ସଂଧ୍ୟା ୬ଟା ଯାଏ ମତଦାନ ଚାଲିବ। ମୋଟ ୨୫୩ଟି ବୁଥରୁ  ୨୨୭ଟି ଗ୍ରାମାଂଚଳ ଓ ଦୁର୍ଗମ ଅଂଚଳରେ । ଆଉ ୨୬ଟି ବୁଥକୁ ପିଙ୍କ୍ ବୁ୍‌ଥ କରାଯାଇଛି । ନିର୍ବାଚନ ପରିଚାଳନା ପାଇଁ ମୋଟ୍ ୧୦୧୨ ଜଣ ପୋଲିଂ ଅଫିସର, ୧୦୮ ଜଣ ରିଜର୍ଭ ପୋଲିଂ ଅଫିସର, ୧୦୪ ଜଣ ମହିଳା ପୋଲିଂ ଅଫିସର ରହିଛନ୍ତି । ସମସ୍ତ ୨୫୩ ବୁଥରେ ୱେକାଷ୍ଟିଂ କରାଯିବ ।

ଖରା ବଢୁଥିବାରୁ ସ୍କ୍ୱାସ୍, ପାଣି, ହଦି, ଲସି ସରବତ, ତରଭୁଜ ବ୍ୟବସ୍ଥା କରାଯାଇଛି । ବୁଥକୁ ଆସିବାକୁ ସକ୍ଷମ ନଥିବା ବରିଷ୍ଠ ନାଗରିକଙ୍କ ପାଇଁ ଘରୁ ପୋଷ୍ଟାଲ ବ୍ୟାଲଟ୍ ଯୋଗେ ଭୋଟ୍ ଗ୍ରହଣ ହୋଇଛି । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ହ୍ୱିଲ ଚେୟାରର ବ୍ୟବସ୍ଥା କରାଯାଇଛି ।  ଭୋଟ କେନ୍ଦ୍ରକୁ ଆସୁଥିବା ଭୋଟରମାନଙ୍କୁ ଫୁଲ ଚନ୍ଦନ ଦେଇ ଟିକା ଲଗାଇ  ସ୍ବାଗତ କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ