Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଆଇନ ମଦ କାରବାର; ଜଣେ ମଦ ବେପାରୀ ଗିରଫ

ବୀରମହାରାଜାପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଉଲୁଣ୍ଡା ବ୍ଲକ କଳାପଥର ପଞ୍ଚାୟତ ର ନୂଆଁପାଲି ଗ୍ରାମରେ ବେଆଇନ ମଦ କାରବାର ଅଭିଯୋଗରେ ମଦ ସହ ଜଣେ ମଦ ବେପାରି କୁ ଗିରଫ କରିଛି ଅବକାରୀ ବିଭଗ। ସୁଚନା ଅନୁଯାୟୀ ବୀରମହାରାଜପୁର ଅବକାରୀ ବିଭାଗ କୌଣସି ସୁତ୍ର ରୁ ଖବର ପାଇ କଳାପଥର ପଞ୍ଚାୟତ ର ନୂଆଁପ‍ାଲି ଗ୍ରାମରେ ଚଢାଉ କରିଥିଲେ । ନୂଆଁପାଲି ଗାଁର ସନ୍ତୋଷ ଭୋଇ ନାମକ ବେପାରି ନିକଟ ରୁ ବେଆଇନ ଭାବେ ରଖିଥିବା ୧୨ ଲିଟର ଦେଶି ରନ୍ଧା ମଦ ଜବତ କରିବା ସହିତ ବେପାରି କୁ ଗିରଫ କରିଛି। ଗିରଫ ପରେ ମଦ ବେପାରିକୁ ଅବକାରୀ ବିଭାଗ ବୀରମହାରାଜପୁର ଏସଡିଜେଏମ କୋର୍ଟ କୁ ଚାଳନ କରିଥିଲେ । ଜାମିନ ନାମାଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତ କୁ ପଠେଇ ଦିଆଯାଇଥିବା ଜଣାଯାଇଛି । ବେଆଇନ ମଦ ଚଢାଉ ସମୟରେ ଅବକାରୀ ଇନିସପେକ୍ଟର ସୁମିତ୍ରା ହେମ୍ବ୍ରମ ଙ୍କ ସହିତ ଏସଆଇ ଚିତ୍ତରଞ୍ଜନ ଦାସ, କନେଷ୍ଟବଲ ଉର୍ବି ମାଝି , ସିତାରାମ ପଧାନ ଓ ଗୋପାଲ ଝାଙ୍କର ପ୍ରମୁଖ ସାମିଲ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ