ଶ୍ରୀଲଙ୍କାରେ ଖେଳି ଦକ୍ଷ ହେବେ ଓଡ଼ିଶା କ୍ରିକେଟର


ଓଡ଼ିଶା ଡଟ୍ ନ୍ୟୁଜ୍: ଦକ୍ଷ ହେବ ଓଡ଼ିଶା କ୍ରିକେଟର । ସବୂ ଫର୍ମେଟରେ ଯେମିତି ଭଲ କରିବେ ଓ ଭାରତୀୟ ଦଳରେ ନିଜକୁ ସାମିଲ କରିପାରିବେ ସେଥିପାଇଁ ଯୋଜନା ପ୍ରସ୍ତୁତ କରିଛି ଓସିଏ । ଏହି କ୍ରମରେ ଓଡ଼ିଶା କ୍ରିକେଟ୍ ଟିମ୍ ଶ୍ରୀଲଙ୍କା ଗସ୍ତରେ ଯାଉଛି । ସେଠାରେ ଖେଳି ବିଦେଶୀ ମାଟିରେ କେମିତି ଖେଳିବାକୁ ହୁଏ ତାହାର ଅଭିଜ୍ଞତା ହାସଲ କରିବେ ।

ଗସ୍ତ ବେଳେ ଓଡ଼ିଆ କ୍ରିକେଟରମାନେ ଶ୍ରୀଲଙ୍କା ‘ଏ’ ଟିମ୍ ସହିତ ମ୍ୟାଚ୍ ଖେଳିବେ । ଆଗକୁ ଏକ ଦକ୍ଷ ଟିମ୍ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ଓସିଏ । ଆଉ ଏଥିପାଇଁ କିପରି ଅନ୍ତର୍ଜାତୀୟ ସ୍ତରର ଖେଳାଳିଙ୍କ ସହ ମ୍ୟାଚ୍ ଖେଳିପାରିବେ, ଅଧିକ ଅନୁଭୂତି ସାଉଁଟିବେ, ସେଥିପାଇଁ ପ୍ରୟାସ କରାଯାଉଛି । ପୂର୍ବରୁ ମଧ୍ୟ ଏହିପରି ଲକ୍ଷ୍ୟ ନେଇ ଓଡ଼ିଶା କ୍ରିକେଟ ଟିମକୁ ବିଦେଶ ପଠାଯାଇଥିଲା । ପୂର୍ବରୁ ମାଇକେଲ ବେଭାନ କୋଚ ଥିବା ବେଳେ ଅଷ୍ଟ୍ରେଲିଆ ଯାଇଥିଲା ଓଡ଼ିଶା କ୍ରିକେଟ ଟିମ୍, ଆଉ ସେଠାରେ ଅଭ୍ୟାସ ମ୍ୟାଚ୍ ଖେଳିଥିଲା ।