Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନି ଲଣ୍ଡରିଂ ମାମଲାରେ ଅଭିନେତା ମହେଶ ବାବୁଙ୍କୁ ଇଡିର ସମନ

ହାଇଦ୍ରାବାଦ: ହାଇଦ୍ରାବାଦସ୍ଥିତ ରିଅଲ ଇଷ୍ଟେଟ୍ ଫାର୍ମରେ ମନି ଲଣ୍ଡରିଂ ତଦନ୍ତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଭିନେତା ମହେଶ ବାବୁଙ୍କୁ ଏପ୍ରିଲ ୨୭ରେ ସମନ କରିଛି। ଏହା ପୂର୍ବରୁ ଏପ୍ରିଲ ୧୮ରେ ଇଡି ତେଲେଙ୍ଗାନାର ଅନେକ ସ୍ଥାନରେ ଚଢାଉ କରିଥିଲା।

ସୂଚନା ଅନୁଯାୟୀ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାଇଦ୍ରାବାଦର ସିକନ୍ଦରାବାଦ, ଜୁବଲି ହିଲ୍ସ ଏବଂ ବୋୱେନପାଲି ଅଞ୍ଚଳରେ ଚଢାଉ କରିଥିଲା। ମନି ଲଣ୍ଡରିଂ ମାମଲାରେ ସୁରାଣା ଗ୍ରୁପ୍ ଏବଂ ସାଇ ସୂର୍ଯ୍ୟ ଡେଭଲପର୍ସ ବିରୁଦ୍ଧରେ ଚଢାଉ କରାଯାଇଥିଲା। PMLA ଅଧୀନରେ ତଦନ୍ତ ସମୟସୀମା ମଧ୍ୟରେ ରିଅଲ୍ ଇଷ୍ଟେଟ୍ ପ୍ରକଳ୍ପ ସମାପ୍ତ ନ କରିବା ଅଭିଯୋଗ ସହିତ ଜଡିତ।

ସାଇ ସୂର୍ଯ୍ୟ ଡେଭଲପର୍ସର ମାଲିକ କଞ୍ଚାରଲା ସତୀଶ ଚନ୍ଦ୍ର ଗୁପ୍ତା ‘ଗ୍ରୀନ୍ ମିଡୋଜ୍’ ନାମକ ଏକ ପ୍ରକଳ୍ପରେ ତ୍ରୁଟି ପାଇଁ ପୋଲିସ ତଦନ୍ତର ସମ୍ମୁଖୀନ ହେଉଛନ୍ତି। ଅଭିନେତା ମହେଶ ବାବୁ ଏହି ପ୍ରୋଜେକ୍ଟର ବ୍ରାଣ୍ଡ ଆମ୍ବାସାଡର ଥିଲେ। ଯଦିଓ ତାଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ନାହିଁ। ତଥାପି ପଚରାଉଚରା ପାଇଁ ଇଡି ତାଙ୍କୁ ସମନ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ