Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପହଲଗାମରେ ଆତଙ୍କବାଦୀ ଆକ୍ରମଣ; ଆଜି ବସିବ ସର୍ବଦଳୀୟ ବୈଠକ

ଶ୍ରୀନଗର: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, କେନ୍ଦ୍ର ସରକାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହା ପୂର୍ବରୁ ସିସିଏସ ବୈଠକରେ ସିନ୍ଧୁ ଜଳ ଚୁକ୍ତି ବାତିଲ ଏବଂ ଅଟାରୀ ସୀମା ବନ୍ଦ କରିବା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା।

ତେବେ କଂଗ୍ରେସ ମଧ୍ୟ ଗୁରୁବାର ଦଳୀୟ କାର୍ଯ୍ୟକାରିଣୀ କମିଟିର ଏକ ଜରୁରୀକାଳୀନ ବୈଠକ ଡାକିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଦଳ ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ନୃଶଂସ ଆତଙ୍କବାଦୀ ଆକ୍ରମଣକୁ ଅତ୍ୟନ୍ତ କଠୋରତାର ସହିତ ମୁକାବିଲା କରିବା ପାଇଁ ଦେଶର ପ୍ରତିବଦ୍ଧତାକୁ ଦୋହରାଇବ। ଏହି ଘଟଣାର ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ଜମ୍ମୁ-କାଶ୍ମୀରରେ ସୀମାପାର ଆତଙ୍କବାଦ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବ।

ଏପଟେ ରାଜନାଥ ସିଂହ ବିଭିନ୍ନ ଦଳର ନେତାମାନଙ୍କୁ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ହୋଇଥିବା ଆତଙ୍କବାଦୀ ଆକ୍ରମଣ ବିଷୟରେ ସୂଚନା ଦେଇପାରନ୍ତି। ଯେଉଁଥିରେ ୨୬ ଜଣ ପ୍ରାଣ ହରାଇଥିଲେ। ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତଙ୍କବାଦୀ ଆକ୍ରମଣ ପରିପ୍ରେକ୍ଷୀରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟିର ଏକ ବୈଠକର ଅଧ୍ୟକ୍ଷତା କରିଥିଲେ।

କଂଗ୍ରେସ ମହାସଚିବ କେସି ଭେନୁଗୋପାଳ ବୁଧବାର ଶ୍ରୀନଗର ପିସିଆର ହସ୍ପିଟାଲ ପରିଦର୍ଶନ କରିଥିଲେ। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ନିର୍ଦ୍ଦୋଷ ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ କହିଥିଲେ ଯେ ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ଗୁରୁବାର ସକାଳ ୧୧ଟାରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହେବ।

More Stories