Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫିଲ୍ମ ‘ଅବୀର ଗୁଲାଲ’କୁ ବଏକଟ୍ ଦାବି; ପ୍ରତିକ୍ରିୟା ରଖିଲେ ପାକ ଅଭିନେତା

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନୀ ଅଭିନେତା ଫୱାଦ ଖାନଙ୍କ ଆଗାମୀ ବଲିଉଡ୍ ଫିଲ୍ମ ‘ଅବୀର ଗୁଲାଲ’ ବିରୋଧରେ ପ୍ରତିବାଦ କରାଯାଉଛି। ଲୋକମାନେ ଫୱାଦ ଖାନଙ୍କ ଫିଲ୍ମକୁ ବଏକଟ୍ କରିବାକୁ ଦାବି ମଧ୍ୟ କରୁଛନ୍ତି।

ଏହି ପ୍ରତିବାଦ ମଧ୍ୟରେ ପାକିସ୍ତାନୀ ଅଭିନେତା ଫୱାଦ ଖାନ ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ନିଜର ପ୍ରତିକ୍ରିୟା ଦେଇ ଦୁଃଖ ପ୍ରକାଶ କରିଛନ୍ତି। ଅଭିନେତା ଫୱାଦ ଖାନ ପହଲଗାମ ଆକ୍ରମଣ ଉପରେ ପ୍ରତିକ୍ରିୟା ଜଣାଇ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ “ପହଲଗାମରେ ହୋଇଥିବା ଜଘନ୍ୟ ଆକ୍ରମଣର ଖବର ଶୁଣି ବହୁତ ଦୁଃଖ ଲାଗିଲା। ଆମର ଭାବନା ଏବଂ ପ୍ରାର୍ଥନା ଏହି ଭୟଙ୍କର ଘଟଣାର ପୀଡିତଙ୍କ ସହିତ ଅଛି ଏବଂ ଏହି କଷ୍ଟକର ସମୟରେ ଆମେ ସେମାନଙ୍କ ପରିବାର ପାଇଁ ଶକ୍ତି ଏବଂ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛୁ।

“ଅବୀର ଗୁଲାଲ୍’ରେ ଫୱାଦ ଖାନଙ୍କ ସହ ବଲିଉଡ୍ ଅଭିନେତ୍ରୀ ବାନି କପୁର ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ସହିତ ଫୱାଦ ଖାନ ଦୀର୍ଘ ସମୟ ପରେ ବଲିଉଡରେ କମବ୍ୟାକ୍ କରୁଛନ୍ତି। କିନ୍ତୁ ଏବେ ଏହି ଆତଙ୍କବାଦୀ ଆକ୍ରମଣ ପରେ ତାଙ୍କ ଫିଲ୍ମକୁ ତୀବ୍ର ବିରୋଧ କରାଯାଉଛି ଏବଂ ଏହାକୁ ବଏକଟ୍ କରିବାକୁ ଦାବି କରାଯାଉଛି। ଏହି ଫିଲ୍ମ ଯୋଗୁଁ ସୋସିଆଲ ମିଡିଆରେ ଅନେକ ୟୁଜର୍ସ ଅଭିନେତ୍ରୀ ବାନୀ କପୁରଙ୍କୁ ମଧ୍ୟ ଟ୍ରୋଲ କରୁଛନ୍ତି। ଏପରି ପରିସ୍ଥିତିରେ ଫୱାଦ ଖାନଙ୍କ କମବ୍ୟାକ୍ ଫିଲ୍ମ ରିଲିଜ୍ ପୂର୍ବରୁ ହିଁ ସମସ୍ୟାରେ ପଡ଼ିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ