ତେଲିପାଲି ଗାଁ ର ବାପା ମା ଛେଉଣ୍ଡ ଦୁଇ ଅସହାୟ ଝିଅ ଙ୍କୁ ବୀରମହାରାଜପୁର ବିଧାୟକ ଙ୍କ ସହାୟତା ପ୍ରଦାନ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝରିଆ ପାଲି ପଞ୍ଚାୟତ ର ତେଲିପାଲି ଗାଁ ରେ କିଡ଼ନୀ ରୋଗ ରେ ବହୁ ଆକ୍ରାନ୍ତ ହୋଇଥିବା ଜଣାପଡିଛି I ଏଇଭଳି ପରିସ୍ଥିତିରେ ଗୋଟିଏ ପରିବାରର ବାପା ମା ଙ୍କ କିଡ଼ନୀ ରୋଗରେ ଚିକିତ୍ସା ଅଭାବରୁ ମୃତ୍ୟୁ ହେବାରୁ ତାଙ୍କର ଦୁଇ ଝିଅ ଜୟନ୍ତି କଂସାରି ଓ ବୈଜୟନ୍ତ କଂସାରି ଅସହାୟ ଅବସ୍ଥାରେ ପଡ଼ି ରହିଛନ୍ତି l ପ୍ରଥମେ ତାଙ୍କ ମାଆ ଙ୍କ ମୃତ୍ୟୁ କିଡ଼ନୀ ରୋଗରେ ହୋଇଥିବା ବେଳେ କିଛି ଦିନ ଆଗରୁ କିଡ଼ନୀ ରୋଗରେ ବାପା ମଧ୍ୟ ଚାଲିଗଲେ ଆରପାରିକୁ l ପରିବାର ରେ ଅନ୍ୟ କେହି ମୁଖ୍ୟ ନ ଥିବାରୁ ଉଭୟ ଝିଅଙ୍କ ଚିନ୍ତା ବଢି ଯାଇଥିଲା I ସେମାନେ ପିତା ଙ୍କ ସଂସ୍କାର ପାଇଁ ବହୁ ଲୋକଙ୍କୁ ସହାୟତା ଭିକ୍ଷା କରିଥିଲେ I ଖବର ପାଇ ସ୍ଥାନୀୟ ବିଧାୟକ ଇ. ରଘୁନାଥ ଜଗଦଲl ଉକ୍ତ ଗ୍ରାମର ଉଭୟ ଅସହାୟା ଙ୍କ ପାଖରେ ପହଞ୍ଚି ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ I ବିଧାୟକ ଙ୍କ ସହିତ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ ମଧ୍ୟ ଉପସ୍ଥିତ ରହି ପୃଥକ ପୃଥକ ଭାବେ ସହାୟତା ରାଶି ପ୍ରଦାନ କରିଛନ୍ତି I ଦାହ ସଂସ୍କାର କାର୍ଯ୍ୟ ପରେ ଉଭୟଙ୍କ ପାଇଁ ଯୋଗ୍ୟତା ଭିତ୍ତିରେ କିଛି ସ୍ଥାୟୀ ବ୍ୟବସ୍ଥା କିମ୍ବା ଯଦି ଅଧିକ ପାଠ ପଢିବାକୁ ଇଚ୍ଛୁକ ଥିଲେ ସେମାନଙ୍କୁ ସହଯୋଗ କରିବେ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ l