କୋକସରା ବ୍ଲକ ସ୍ତରୀୟ ଜାତୀୟ ପଞ୍ଚାୟତ ଦିବସ, ନୂତନ ରାସନ କାର୍ଡ ର ଶୁଭାରମ୍ଭ ।


କଳାହାଣ୍ଡି:୨୪/୦୪
ଜାତୀୟ ପଞ୍ଚାୟତ ଦିବସ ଅବସରରେ ପ୍ରତି ଗ୍ରାମାଞ୍ଚଳ ର ଉନ୍ନତି ନିମନ୍ତେ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ, ଓଡିଶା ସରକାରଙ୍କ ଦ୍ୱାରା ଜାତୀୟ ପଞ୍ଚାୟତ ରାଜଦିବସ କୁ ପଞ୍ଚାୟତ, ବ୍ଲକ ଓ ରାଜ୍ୟସ୍ତରରେ ମହା ଆଡମ୍ବରରେ ପାଳନ କରାଯାଇଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପରିସରରେ ମଧ୍ୟ ବ୍ଲକ ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଛି l କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ ଯୋଗ ଦେଇଥିଲେ l ବିଡିଓ ଡ଼. ମାଝୀ ପଞ୍ଚାୟତରାଜ ଦିବସର ଆଭିମୁଖ୍ୟ ଓ ପଞ୍ଚାୟତରାଜ ଦ୍ୱାରା ଗ୍ରାମାଞ୍ଚଳ ର ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନା ବିଷୟରେ ନିଜର ଅଭିଭାଷଣ ରଖିଥିଲେ l ସମ୍ମାନିତ ଅତିଥି ଭାବରେ ସାଂସଦ ପ୍ରତିନିଧି ଦୁର୍ଗାପ୍ରସାଦ ପ୍ରଧାନୀ, ବିଧାୟକ ପ୍ରତିନିଧି ତ୍ରିନାଥ ଶବର ମଞ୍ଚାସିନ ଥିଲେ l ଶ୍ରୀ ଶବର ରାଜ୍ୟ ସରକାରଙ୍କ ପଞ୍ଚାୟତ ସ୍ତରରେ କାର୍ଯ୍ୟକାରୀ ହେଉଥିବା ଲୋକାଭିମୁଖୀ ଯୋଜନା ବିଷୟରେ ହିତାଧିକାରୀ ଙ୍କୁ ସୂଚନା ଦେଇଥିଲେ।ଏହି ଅବସରରେ କୃଷି ବିଭାଗ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ,ସ୍ୱାସ୍ଥ୍ୟ ବିଭାଗ, ଓଡିଶା ଜୀବିକା ମିଶନ ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟଲ ମାନ ପ୍ରଦର୍ଶିତ ହୋଇ ଅଧିକାରୀ ମାନେ ଲୋକଙ୍କୁ ସମସ୍ତ ଯୋଜନାର ସୁଫଳ ପାଇବା ପାଇଁ ସଚେତନ କରିଥିଲେ l ଏହି ଅବସରରେ କୋକସରା ବ୍ଲକ ଯୋଗାଣ ବିଭାଗ ପକ୍ଷରୁ ୫୯ ଜଣ ହିତାଧିକାରୀ ଙ୍କୁ ନୂତନ ରାସନ କାର୍ଡ ପ୍ରଦାନ କରାଯାଇଥିଲା l ଉପସ୍ଥିତ ଜନପ୍ରତିନିଧି, ସ୍ୱୟଂ ସହାୟିକା ମହିଳା, ଏମ୍ବିକେ, ସିଆରପି, ଓ ହିତାଧିକାରୀ ମାନେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଙ୍କ ଅଭିଭାଷଣ ଶୁଣିଥିଲେ l କାର୍ଯ୍ୟକ୍ରମ କୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ ବେହେରା ପରିଚାଳନା କରିଥିବା ବେଳେ, ବ୍ଲକ ଯୋଗାଣ ଅଧିକାରୀ, ଜଗାରାମ ମୁର୍ମୁ, ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ ସମେତ ସମସ୍ତ ଯନ୍ତ୍ରୀ ଓ ବ୍ଲକ କର୍ମଚାରୀ ମାନେ ସହଯୋଗ କରିଥିଲେ l