Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

LOC ସୀମାରେ ଭାରତ ଏବଂ ପାକିସ୍ତାନ ସେନା ମଧ୍ୟରେ ଗୁଳିବିନିମୟ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଦେଶରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାରି ମଧ୍ୟରେ LOCରେ ଭାରତ ଏବଂ ପାକିସ୍ତାନ ସେନା ମଧ୍ୟରେ ଉତ୍ତେଜନା ଆରମ୍ଭ ହୋଇଛି। ପାକିସ୍ତାନ ସେନା କିଛି ସ୍ଥାନରେ ଗୁଳି ଚଳାଇଥିଲା। ଭାରତୀୟ ସେନା ଏହାର ଉପଯୁକ୍ତ ଜବାବ ଦେଇଥିଲା। ଏହି ଘଟଣାରେ ଦୁଇଜଣ ଭାରତୀୟ ସୈନିକ ସହିଦ ହୋଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ, ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଦେଶର ସବୁଠି ପ୍ରତିବାଦ କରାଯାଉଛି। ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଖୁବ୍ ଶୀଘ୍ର ଶ୍ରୀନଗର ଏବଂ ଉଧମପୁର ଯିବେ। ପ୍ରତିରକ୍ଷା ଅଧିକାରୀଙ୍କ ଅନୁଯାୟୀ, ସେ କାଶ୍ମୀର ଉପତ୍ୟକାରେ ନିୟୋଜିତ ବରିଷ୍ଠ ସେନା କମାଣ୍ଡର ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକର ଅଧିକାରୀମାନଙ୍କୁ ଭେଟିବେ। ସେ ଉପତ୍ୟକାର ସାମ୍ପ୍ରତିକ ସୁରକ୍ଷା ପରିସ୍ଥିତିର ସମୀକ୍ଷା କରିବେ। ଏହା ସହିତ ସେ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ସେନା ଦ୍ୱାରା କରାଯାଉଥିବା ଅସ୍ତ୍ରବିରତି ଉଲ୍ଲଂଘନ ପ୍ରୟାସର ସମୀକ୍ଷା କରିବେ।

ପାକିସ୍ତାନ ଗୁରୁବାର ଦିନ ଭାରତ ସହିତ ସିମଲା ଚୁକ୍ତି ଏବଂ ଅନ୍ୟାନ୍ୟ ଦ୍ୱିପାକ୍ଷିକ ଚୁକ୍ତିକୁ ବାତିଲ କରିଥିଲା। ସମସ୍ତ ବାଣିଜ୍ୟ ବନ୍ଦ କରିଛି ଏବଂ ଭାରତୀୟ ବିମାନ ସେବା ପାଇଁ ଆକାଶ ସୀମା ମଧ୍ୟ ବନ୍ଦ କରିଦେଇଛି। ସିନ୍ଧୁ ଜଳ ଚୁକ୍ତିନାମା ଅନୁଯାୟୀ ଜଳ ପ୍ରବାହକୁ ବନ୍ଦ କରିବା କିମ୍ବା ଅନ୍ୟତ୍ର ବଦଳାଇବା ପାଇଁ ଯେକୌଣସି ପ୍ରୟାସ ଯୁଦ୍ଧ କରିବା ସହିତ ସମାନ ହେବ ବୋଲି ପାକ ପକ୍ଷରୁ କୁହାଯାଇଛି।

ସେହିପରି ଗତ ମଙ୍ଗଳବାର ଦିନ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା।ପହଲଗାମ ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତ ବୁଧବାର ଦିନ ୧୯୬୦ ସିନ୍ଧୁ ଜଳ ଚୁକ୍ତିନାମାକୁ ବାତିଲ କରିଥିଲା। ଏହାବ୍ୟତୀତ ଅଟାରୀ-ୱାଘା ସୀମା ବନ୍ଦ ଏବଂ ପାକିସ୍ତାନୀ ନାଗରିକଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ