Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପହଲଗାମ ଆତଙ୍କବାଦୀ ଆକ୍ରମଣ; ଟ୍ରୋଲ୍ ହେଉଛନ୍ତି ପାକ୍ କ୍ରିକେଟର

ନୂଆଦିଲ୍ଲୀ: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ସାରା ବିଶ୍ୱରେ ନିନ୍ଦା କରାଯାଉଛି। ଏହି ଆକ୍ରମଣରେ ୨୬ ଜଣ ନିର୍ଦ୍ଦୋଷ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ସେମାନଙ୍କ ମଧ୍ୟରେ ଦୁଇଜଣ ବିଦେଶୀ ନାଗରିକ ମଧ୍ୟ ସାମିଲ ଥିଲେ।

କିନ୍ତୁ ୨୦୨୩ ODI ବିଶ୍ୱକପ୍ ସମୟରେ ପାଲେଷ୍ଟାଇନକୁ ସମର୍ଥନ କରୁଥିବା କୌଣସି ପାକିସ୍ତାନୀ କ୍ରିକେଟରଙ୍କ ପୋଷ୍ଟ ଆସିନାହିଁ। ସେମାନେ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା ମଧ୍କଯ ରିନାହାଁନ୍ତି। ପାକିସ୍ତାନୀ କ୍ରିକେଟରଙ୍କ ଦ୍ୱୈତ ଚରିତ୍ରକୁ ନେଇ ଟ୍ରୋଲ୍ କରାଯାଉଅଛି। ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଥିଲା ଯେ ଆତଙ୍କବାଦୀମାନେ ପାକିସ୍ତାନୀ ଥିଲେ ଏବଂ ସେଠାରୁ ତାଲିମ ପାଇଥିଲେ, କିନ୍ତୁ ପାକିସ୍ତାନୀ କ୍ରିକେଟରମାନେ ପୀଡିତମାନଙ୍କ ବିଷୟରେ କିଛି ପୋଷ୍ଟ କରିନାହାଁନ୍ତି।

କିନ୍ତୁ ସେହି ପାକ ଖେଳାଳି ମାନେ ୨୦୨୩ ମସିହାରେ ଏକ ଦିବସୀୟ ବିଶ୍ୱକପ୍ ସମୟରେ ପାଲେଷ୍ଟାଇନକୁ ସମର୍ଥନ କରି ପୋଷ୍ଟ କରିଥିଲେ। ଶାଦାବ ଖାନ, ହାରିସ ରୌଫ, ମହମ୍ମଦ ନୱାଜ, ସଲମାନ ଆଗା ଏବଂ ଇଫତିଖାର ଅହମ୍ମଦଙ୍କ ଭଳି ବଡ଼ ପାକିସ୍ତାନୀ ଖେଳାଳିମାନେ ସେମାନଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପାଲେଷ୍ଟାଇନ ପତାକାର ଫଟୋ ସେୟାର କରି ସମର୍ଥନ କରିଥିଲେ। କେବଳ ଏତିକି ନୁହେଁ, ଅଲରାଉଣ୍ଡର ଇମାଦ ୱାସିମ, ପେସ୍ ବୋଲିଂ ଅଲରାଉଣ୍ଡର ଫହିମ ଆଶରଫ୍, ଅବସରପ୍ରାପ୍ତ ଆଝାର ଅଲି ଏବଂ ଓସାମା ମୀର ମଧ୍ୟ ପାଲେଷ୍ଟାଇନର ପତାକା ସେୟାର କରିଥିଲେ। ସେହି ସମୟରେ ୱିକେଟକିପର ବ୍ୟାଟସମ୍ୟାନ୍ ଏବଂ ଏକଦିବସୀୟ ଅଧିନାୟକ ମହମ୍ମଦ ରିଜୱାନ ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନର ବିଜୟ ଏବଂ ତାଙ୍କ ଶତକକୁ ଗାଜାକୁ ଉତ୍ସର୍ଗ କରିଥିଲେ।

ସେମାନଙ୍କ ମଧ୍ୟରୁ କେହି ବି ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ କିଛି ପୋଷ୍ଟ କରିନାହାନ୍ତି। କେବଳ ପୂର୍ବତନ ପାକିସ୍ତାନୀ କ୍ରିକେଟର ତଥା ପ୍ରଫେସର ମହମ୍ମଦ ହାଫିଜ୍ ହିଁ ଏହି ଘଟଣାର ନିନ୍ଦା କରିଛନ୍ତି। ସେ ଲେଖିଛନ୍ତି- ମୁଁ ଦୁଃଖିତ ଏବଂ ହୃଦୟ ଭାଙ୍ଗିପଡ଼ିଛି। #ପହଲଗାମ ଆତଙ୍କବାଦୀ ଆକ୍ରମଣ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ