Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇରାନର ବନ୍ଦରରେ ଭୟଙ୍କର ବିସ୍ଫୋରଣ; ୧୪ ମୃତ, ୭୫୦ରୁ ଅଧିକ ଆହତ

ଆବାସ: ଇରାନର ବନ୍ଦର ଆବାସ ସହରରେ ଶନିବାର ଏକ ବଡ଼ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ ୧୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୭୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଯାହା ପରେ ସମସ୍ତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଏହି ବିସ୍ଫୋରଣ ବନ୍ଦର ଆବାସ ସହରର ରାଜାଇ ବନ୍ଦରରେ ଘଟିଥିଲା। ଏନେଇ ସୁରକ୍ଷା ଫାର୍ମ ଏମ୍ବ୍ରେ କହିଛି ଯେ, ଚୀନରୁ ଆସିଥିବା ସୋଡିୟମ ପର୍କ୍ଲୋରେଟ ନାମକ ରକେଟ୍ ଇନ୍ଧନ ମାର୍ଚ୍ଚ ମାସରେ ଏହି ବନ୍ଦରରେ ସଂରକ୍ଷଣ କରାଯାଇଥିଲା। ଏହି ରାସାୟନିକ ଇନ୍ଧନ ଇରାନର କ୍ଷେପଣାସ୍ତ୍ର ପାଇଁ ଅଣାଯାଇଥିଲା, ଯାହା ଗାଜା ଷ୍ଟ୍ରିପରେ ହମାସ ସହିତ ସଂଘର୍ଷ ସମୟରେ ବ୍ୟବହୃତ ହୋଇଥିଲା।ଅନ୍ୟପକ୍ଷରେ, ଆମ୍ବ୍ରେ ପକ୍ଷରୁ ଆହୁରି କୁହାଯାଇଛି ଯେ ବିସ୍ଫୋରଣ ବିପଦପୂର୍ଣ୍ଣ ଇନ୍ଧନର ଠିକ୍ ଭାବେ ସଂରକ୍ଷଣ ନକରିବା ଯୋଗୁ ହୋଇଥିବା ଦାବି କରାଯାଇଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମାର୍ଚ୍ଚ ମାସରେ ସେହି ଅଞ୍ଚଳରେ ଏହି ବିପଦପୂର୍ଣ୍ଣ ରାସାୟନିକ ପଦାର୍ଥ ଆଣିଥିବା ଏକ ଜାହାଜ ଦେଖାଯାଇଥିଲା। ଯଦିଓ ଇରାନ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ।

ରାଜାଇ ବନ୍ଦରରେ ବିସ୍ଫୋରଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଫୁଟେଜରେ ବିସ୍ଫୋରଣ ପୂର୍ବରୁ ନିଆଁରୁ ଲାଲ ଧୂଆଁ ଉଠିଥିବାର ଦେଖାଯାଇଥିଲା। ଅନୁମାନ କରାଯାଉଛି ଯେ ବିସ୍ଫୋରଣରେ କିଛି ରାସାୟନିକ ଯୌଗିକ ସାମିଲ ଥିଲା। ବିସ୍ଫୋରଣ ପରେ କଳା ଧୂଆଁ ବାହାରୁଥିବାର ଦେଖାଯାଉଛି। ଅନ୍ୟ ଭିଡିଓ ଗୁଡ଼ିକରେ ବିସ୍ଫୋରଣର କେନ୍ଦ୍ରସ୍ଥଳରୁ କିଛି କିଲୋମିଟର କିମ୍ବା କିଛି ମାଇଲ ଦୂରରେ ଥିବା କୋଠାଗୁଡ଼ିକରୁ କାଚ ଉଡ଼ୁଥିବାର ଦେଖାଯାଇଥିଲା। ତେବେ ରାଜାଇ ବନ୍ଦର ଇରାନର ବନ୍ଦର ମଧ୍ୟରୁ ଅନ୍ୟତମ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ