Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଧନୀ ତାଲିକାରେ ଉପରକୁ ଉଠିଲେ ଅମ୍ବାନୀ; ଖସିଲେ ଜୁକରବର୍ଗ

ମୁମ୍ବାଇ: ଧନୀ ତାଲିକାରେ ମୁକେଶ ଅମ୍ବାନୀ ଉପରକୁ ଉଠି ଚାଲିଥିବା ବେଳେ ଗୌତମ ଆଦାନୀ ତଳକୁ ଖସି ଚାଲିଛନ୍ତି। ଅନ୍ୟପଟେ ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କୁ ବି ପଛରେ ପକାଇ ଦେଇଛନ୍ତି ମୁକେଶ ଅମ୍ବାନୀ। ଅମ୍ବାନୀ ୧୩ରୁ ୧୨ତମ ସ୍ଥାନକୁ ଉଠିଛନ୍ତି । ଧନୀ ତାଲିକାରେ ୧୩ ତମ ସ୍ଥାନକୁ ଖସିଛନ୍ତି ଫେସ୍‌ବୁକ୍‌ ସିଇଓ ମାର୍କ ଯୁକର୍‌ବର୍ଗ। ସେହିପରି ତାଲିକାର ୨୧ତମ ସ୍ଥାନରେ ଥିବା ଗୌତମ ଆଦାନୀ ୨୩ତମ ସ୍ଥାନକୁ ଖସିଛନ୍ତି ।

ବ୍ଲୁମବର୍ଗ ବିଲିନେୟର ଇଣ୍ଡେକ୍ସ ରିପୋର୍ଟ ଅନୁଯାୟୀ, ଏସିଆର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତ୍ତି ଦିନକରେ ୫.୦୬ ମିଲିୟନ୍ ଡଲାର ବୃଦ୍ଧି ପାଇଛି । ଏହି ବୃଦ୍ଧି ସହ ଅମ୍ବାନୀଙ୍କ ମୋଟ ସମ୍ପତ୍ତି ୮୫.୮ ଅରବ ଡଲାରରେ ପହଞ୍ଚିଛି। ସେହିଭଳି ମେଟା ସିଇଓ ମାର୍କ ଜୁକରବର୍ଗଙ୍କ ମୋଟ ସମ୍ପତ୍ତି ଗତ ୨୪ ଘଣ୍ଟାରେ ୩୫.୧ ମିଲିୟନ୍ ଡଲାର ବୃଦ୍ଧି ପାଇଛି । ଏଥିସହ ଜୁକରବର୍ଗଙ୍କ ମୋଟ ସମ୍ପତ୍ତି ୮୫.୫ ଅରବ ଡଲାର ହୋଇଛି।