Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କେନ୍ଦୁପତ୍ର ବିଭାଗର ଭ୍ରାମ୍ୟମାଣ ବ୍ୟାଙ୍କିଙ୍ଗ ସେବା

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଏ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖଜୁରିଆପାଲି ଠାରେ ଆଜି ଉଲୁଣ୍ଡା କେନ୍ଦୁପତ୍ର ବନାଞ୍ଚଳ ତରଫରୁ ବ୍ୟାଙ୍କ ସହାୟତା ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପାରୁ କେନ୍ଦୁପତ୍ର ତୋଳାଳିଙ୍କୁ ମିଳିଥିବା ଆର୍ଥିକ ସହାୟତା ରାଶିର ସୁବଣ୍ଟନ ନିମନ୍ତେ ଆଜି ଉଲୁଣ୍ଡା ବନାଞ୍ଚଳ କାର୍ଯ୍ୟାଳୟରୁ ବନ କର୍ମୀମାନେ ଏସ ବି ଆଇ ଉଲୁଣ୍ଡା ଶାଖାର ଗ୍ରାହକ ସେବା କେନ୍ଦ୍ର କୁ ନିଜ ବାହାନରେ ଆଣି ଉପାନ୍ତ ଅଞ୍ଚଳରେ କେନ୍ଦୁପତ୍ର ତୋଳାଳୀମାନଙ୍କ ଘର ସମ୍ମୁଖରେ ଉପସ୍ଥାପନା କରିଥିଲେ l ମୁଖ୍ୟ ଅତିଥିଭାବେ ସମ୍ବଲପୁର ବନଖଣ୍ଡ ଅଧିକାରିଣୀ (କେନ୍ଦୁପତ୍ର )ଶ୍ରୀମତୀ ନିବେଦିତା ଦାସ ଯୋଗଦେଇଥିଲେ l ସେ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସମସ୍ତ ତୋଳାଳୀମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇ ଥିଲେ l ସରକାରଙ୍କ ତରଫରୁ ମିଳୁଥିବା ବିଭିନ୍ନ ସହାୟତା ରାଶି ଯଥା ଛାତ୍ରବୃତ୍ତି, କନ୍ୟା ବିବାହ ସହାୟତା, ଇନସୁରାନ୍ସ, ବୋନସ ବାବଦରେ ମଧ୍ୟ ସମସ୍ତଙ୍କୁ ଅବଗତ କରାଇଥିଲେ l ପରେ ବୋନସ ସହାୟତା ରାଶି ବ୍ୟାଙ୍କ ଖାତାରୁ ଟଙ୍କା ଉଠାଣ କାର୍ଯ୍ୟ ଆରମ୍ଭ କରାଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ସିଣ୍ଢୋଲ ବନାଞ୍ଚଳ ଅଧିକାରୀ ଶ୍ରୀ ଖମାରୀ ଉଲୁଣ୍ଡା ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ସୁରଜିତ କିଶୋର ବେହେରା, କେନ୍ଦୁପତ୍ର କର୍ମଚାରୀ ସଂଘର ରେଞ୍ଜ ସମ୍ପାଦକ ହିମାଂଶୁ ପୁରୋହିତ, ବନପାଳ ଶ୍ରୀମତୀ କରୁଣା ବର୍ମା, ଫଡି କମିଟି ସଭାନେତ୍ରୀ ଶ୍ରୀମତୀ ସୁବାସିନୀ ମାଝୀ ଉପସ୍ଥିତ ଥିବା ବେଳେ ନାରାୟଣ ନାଏକ, ଦାଶରଥି କୁରକୁରିଆ, ସତ୍ୟଜିତ ଗଡୁଆ, ହିମାଂଶୁ ସେଠୀ, ଗୁପ୍ତେଶ୍ୱର ଦେହେରୀ ପ୍ରମୁଖ ସହଯୋଗ କରିଥିଲେ l