Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ରେ ରାଜ୍ୟ ସଡ଼କ ପରିବହନ ଡ୍ରାଇଭର ତାଲିମ ଶିବିର ରେ ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଦୁଇ ଦିନିଆଁ ଡ୍ରାଇଭର ତାଲିମ ଶିବିର ବୀରମହାରାଜପୁର ବସଷ୍ଟାଣ୍ଡ ରେ ଅନୁଷ୍ଠିତ ହୋଇଯାଇଛି l ଏହା ସରକାରୀ ପ୍ରୋଗ୍ରାମ ହୋଇଥିବା ବେଳେ, କୌଣସି ଗଣମାଧ୍ୟମ ପ୍ରତିନିଧି ଙ୍କୁ ସୂଚନା ଦିଆଯାଇନଥିଲା l କିଛି ସାମ୍ବାଦିକ ହୋଡିଂ ଦେଖି ସେଠାକୁ ଯାଇ ଫୋଟ ନେବାକୁ ଚେଷ୍ଟା କରୁ ଥିବାବେଳେ ସୁପରଭାଇଜର ସିଧା ସଳଖ ମନା କରି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ l ଜିଲ୍ଲା ମ୍ୟାନେଜର ମାନସୀ ଲକ୍ଷ୍ମୀ ଙ୍କୁ ପଚାରିବାରୁ ତାଲିମ ଶିବିର ର ଖର୍ଚ୍ଚ, ତାଲିମ ନେଉଥିବା ଡ୍ରାଇଭର ମାନଙ୍କ ପାଇଁ ଜଣପିଛା କି କି ବ୍ୟବସ୍ଥା ରହିଛି, ସେ ସମ୍ପର୍କ ରେ କହିବା ପାଇଁ ସିଧା ସଳଖ ମନା କରିବା ସହ, କ୍ୟାମେରା ଆଗରେ କିଛି କହିବା ପାଇଁ ଚାହୁଁନଥିଲେ l ଏଠାରେ ସ୍ଵଚ୍ଛତା ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ l ରାଜ୍ୟ ସରକାର ଦୁର୍ଘଟଣା କୁ ଏଡାଇବା ପାଇଁ ବିଭିନ୍ନ ପଦକ୍ଷେପ ନେବା ସହ ତାଲିମ ପାଇଁ ପ୍ରଜାପ୍ତ ଅର୍ଥ ର ବ୍ୟବସ୍ଥା ହେଉଥିଲେ ମଧ୍ୟ, ଉପଯୁକ୍ତ ସୂଚନା ଅଭାବ ପରିଲକ୍ଷିତ ହେଉଛି l ଏ ସମ୍ପର୍କ ରେ କିଛି ସାମ୍ବାଦିକ ସେଠାରେ ପହଞ୍ଚି ସତ୍ୟା ସତ୍ୟ ଜାଣିବାକୁ ଚାହୁଁଥିଲେ, ସେତିକି ବେଳେ ସିକ୍ୟୁରିଟି ଅଧକାରୀ ଙ୍କୁ ଡାକିବା ସହ ତାଲିମ କାର୍ଯ୍ୟକ୍ରମ କୁ ସ୍ଥଗିତ ରଖି ଗଣମାଧ୍ୟମ ପ୍ରତିନିଧି ଙ୍କୁ ସୂଚନା ଦେବା ପରିବର୍ତ୍ତେ ଫୋଟ ଉଠାଇବା ପାଇଁ ବାରଣ କରିଥିଲେ l ଏସମ୍ପର୍କ ରେ ଆର ଟି ଓ ସୁବର୍ଣ୍ଣପୁର କୁ ଯୋଗାଯୋଗ କରିବାରୁ ତାଲିମ ଶିବିର ସମ୍ପର୍କ ସେ କିଛି ଜାଣନ୍ତି ନାହିଁ ବୋଲି କହିଥଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ